ଭୁବନେଶ୍ୱର, ୨୧ ଅଗଷ୍ଟ :- ରାଜ୍ୟରେ ସବୁଜ ଓ ପ୍ରଦୂଷଣମୁକ୍ତ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ସମସ୍ତ ବ୍ୟାଟେରୀ ଚାଳିତ (ଇଭି), ମେଥାନଲ୍ ଏବଂ ଇଥାନଲ୍ ଯାନ ପାଇଁ ପରମିଟ୍ ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।
ନିୟମାନୁସାରେ ପରମିଟ୍ ନେବା ବାଧ୍ୟତାମୂଳକ ହୋଇଥିଲେ ହେଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ତେବେ ୩୦୦୦ କିଗ୍ରାରୁ କମ୍ ଜିଭିଡବ୍ଲୁ ଥିବା ମାଲ୍ ପରିବହନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ ଏବଂ ଅନ୍ୟାନ୍ୟ ସରକାରୀ ନିୟମାବଳୀ (ପଞ୍ଜୀକରଣ, ଫିଟନେସ୍, ବୀମା) ପୂର୍ବପରି ଅପରିବର୍ତିତ ରହିବ। ଏହି ପଦକ୍ଷେପ ଇ-ଗାଡ଼ିର ବ୍ୟବହାର ବୃଦ୍ଧି ସହ ପରିବେଶ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
Regional





