ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ) - ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଠାରେ ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି ସାଂସଦ ସମ୍ବିତ ପାତ୍ର।
ଏହି ନୂତନ କାର୍ଯ୍ୟାଳୟ ଦ୍ୱାରା ଅଂଚଳବାସୀଙ୍କୁ ଅଧିକ ସୁବିଧାଜନକ ଓ ଉନ୍ନତ ପ୍ରଶାସନିକ ସେବା ମିଳିବା ସହିତ ବିକାଶମୂଳକ କାର୍ଯ୍ୟକୁ ଆହୁରି ଗତି ମିଳିବ ବୋଲି ସାଂସଦ ଏହି ଅବସରରେ କହିଛନ୍ତି । ଏହି ଅବସରରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଏବଂ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
............
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
Regional




