
ଶବ ଖୋଜୁଛି ରାସ୍ତା, ଭୋଟ ବର୍ଜନ ନେଇ ଗ୍ରାମବାସୀଙ୍କ ନିଷ୍ପତ୍ତି
ଶବ ଖୋଜୁଛି ରାସ୍ତା। ଜୀବିତ ଥିବା ବେଳେ ଯେଉଁ ରାସ୍ତା ପାଇଁ ଲଢ଼େଇ, ମୃତ୍ୟୁ ପରେ ବି ସେହି ରାସ୍ତା ହିଁ ହେଉଛି ସବୁଠୁ ବଡ଼ ସମସ୍ୟା । ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇନି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବେଣାସୁର ପଞ୍ଚାୟତ ଅନ୍ତର୍ଗତ ଢୁଟିଗୁଡ଼ା ଗାଁରେ ପ୍ରାୟ ୫୦୦ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୨୫୦୦ରୁ ଅଧିକ ।
14/8/2026



