ଗିଲଗିଟ୍, ଅଗଷ୍ଟ 1 - ପାକିସ୍ତାନର ଗିଲଗିଟ୍-ବାଲ୍ଟିସ୍ତାନରେ ବିଶ୍ୱର 12ତମ ଉଚ୍ଚ ଶିଖର ବ୍ରଡ ପିକ୍ (8,051 ମିଟର) ଉପରେ ଏକ ବିରାଟ ହିମସ୍ଖଳନରୁ ଆଠ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି। ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।ଅନ୍ୟ ପକ୍ଷରେ ଦୁଇଜଣ ନିଖୋଜ ଅଛନ୍ତି। ଖରାପ ପାଗ ମଧ୍ୟରେ ଏକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପାକିସ୍ତାନର ଉର୍ଦ୍ଦୁ ଟେଲିଭିଜନ ଚ୍ୟାନେଲ, ଦୁନିଆ ନ୍ୟୁଜ୍, ଅଧିକାରୀମାନଙ୍କୁ ଉଦ୍ଧୃତ କରି କହିଛି ଯେ ଗୁରୁବାର ଅପରାହ୍ନରେ 10 ଜଣ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ଅଭିଯାନ ଦଳ ଶିଖର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ପାକିସ୍ତାନ ସେନା ହେଲିକପ୍ଟର, ଭୂମି ଉଦ୍ଧାର ଦଳ ଏବଂ ହାଇଏଲ୍ଟିଚ୍ୟୁଡ ଉଦ୍ଧାର କର୍ମଚାରୀଙ୍କ ସହାୟତାରେ ଏକ ବିଶାଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି।ଅଲ୍ପାଇନ କ୍ଲବ ଅଫ ପାକିସ୍ଥାନ(ଏସୀପୀ) ରିପୋର୍ଟ କରିଛି ଯେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରୁ ଚାରି ଜଣଙ୍କୁ ଚିହ୍ନଟ କରାଯାଇଛି।
ମୃତକଙ୍କ ମଧ୍ୟରେ ଓମାନି ପର୍ବତାରୋହୀ ନାଧିରା ଅହମ୍ମଦ ଅବଦୁଲ୍ଲା ଅଲ୍ ହାର୍ଥି ଏବଂ ନେପାଳୀ ପର୍ବତାରୋହୀ ପୁର ବାହାଦୁର ଗୁରୁଙ୍ଗ ଅଛନ୍ତି। ପାକିସ୍ତାନ ସେନା ହେଲିକପ୍ଟର ଦ୍ୱାରା ତିନି ଜଣଙ୍କ ମୃତଦେହକୁ ସ୍କାର୍ଡୁକୁ ବିମାନରେ ନିଆଯାଇଥିଲା।ଏସୀପୀଙ୍କ ଅନୁଯାୟୀ, ଅଭିଯାନ ଦଳରେ ନେପାଳର ଛଅ ଜଣ ପର୍ବତାରୋହୀ ଏବଂ ପାକିସ୍ତାନ, ଓମାନ, ଚୀନ୍ ଏବଂ ଆମେରିକାର ଜଣେ ଲେଖାଏଁ ପର୍ବତାରୋହୀ ଥିଲେ। ନେପାଳୀ ଦଳରେ ପ୍ରସିଦ୍ଧ ପର୍ବତାରୋହୀ ନିର୍ମଳ ପୁରଜା, ପୁର ବାହାଦୁର ଗୁରୁଙ୍ଗ, କିଲି ପେମ୍ବା ଶେର୍ପା, ନିମା ଶେର୍ପା, ନୱାଙ୍ଗ ଥିନ୍ଦୁ ଶେର୍ପା ଏବଂ ଗ୍ୟାଲୁ ଶେର୍ପା ଥିଲେ। ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପାକିସ୍ତାନର ସୋହେଲ ସାଖୀ, ଚୀନର ୱାଙ୍ଗ ଝୋଙ୍ଗ, ଆମେରିକାର ମାଲୋରି ଗୀସ୍ ଏବଂ ଓମାନର ନାଧିରା ଅଲ୍ ହାର୍ଥି ଥିଲେ।





