ପାଳଲହଡା, ୨୫/୦୭: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ପାଳଲହଡାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ଗଣେଶ ପୂଜାକୁ ସୁଚାରୁ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଳଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂଜାର ସମସ୍ତ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ପାଳଲହଡା, ୨୫/୦୭: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ପାଳଲହଡାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ଗଣେଶ ପୂଜାକୁ ସୁଚାରୁ ଭାବେ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂଜାର ସମସ୍ତ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଡେପୁଟି କଲେକ୍ଟର ଇ. ବିଦ୍ୟୁସ୍ମିତା ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୋଭିତ କୁମାର ବିଶି, ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଦୀପ ମହାନ୍ତ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଲିଙ୍ଗରାଜ ଦାଶ, ବରିଷ୍ଠ ଆଇନଜୀବୀ ତନ୍ମୟ କୁମାର ସାହୁ ଏବଂ କେନ୍ଦ୍ରୀୟ ପୂଜା କମିଟି ସଭାପତି ଆଶିଷ ସାମଲଙ୍କ ସମେତ ବହୁ ଅଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମହାନ୍ତି ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ରକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ଏବଂ ଆବଶ୍ୟକ ଅନୁମତି ସମୟରେ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ କହିଥିଲେ ଯେ, ଗଣେଶ ପୂଜା ସମସ୍ତଙ୍କର ମିଳିତ ଉତ୍ସବ ହୋଇଥିବାରୁ ସମସ୍ତଙ୍କ ସହଯୋଗରେ ଏହାକୁ ସଫଳ କରିବା ଆବଶ୍ୟକ। ବିଧାୟକ ଶ୍ରୀ ମହାନ୍ତି ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ରକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମର ସୁଚାରୁ ଭାବେ ଆୟୋଜନ ଏବଂ ଆବଶ୍ୟକ ଅନୁମତି ସମୟରେ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଗଣେଶ ପୂଜା ସମସ୍ତଙ୍କର ମିଳିତ ଉତ୍ସବ ହୋଇଥିବାରୁ ସମସ୍ତଙ୍କ ସହଯୋଗରେ ଏହାକୁ ସଫଳ କରିବା ଆବଶ୍ୟକ।
ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଗଣେଶ ପୂଜା ଏବଂ ସେପ୍ଟେମ୍ବର ୨୪ ତାରିଖରେ ଭସାଣି ଶୋଭାଯାତ୍ରା ସହ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ସଫେଇ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ପୂଜା କମିଟି ସଭାପତି ଆଶିଷ ସାମଲ କହିଥିଲେ ଯେ, ପୂଜା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷର ଗଣେଶ ପୂଜାକୁ ସଫଳ ଓ ସ୍ମରଣୀୟ କରାଯିବ।




