
ସଡ଼କ ଦୁର୍ଘଟଣାରେ ଆର୍ଟିଓ କର୍ମଚାରୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ଚକ୍ଷୁଦାନ କରି ମାନବିକତା ପରିଚୟ
ସେ ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଭଣଜା ମଧ୍ୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଆଜି ସକାଳେ ପୋଲିସ ପକ୍ଷରୁ ପଞ୍ଚନାମା ପରେ ପରିବାର ଲୋକେ ସୌମ୍ୟରଞ୍ଜନଙ୍କ ଦୁଇଟି ଚକ୍ଷୁ ଦାନ କରି ଏକ ମହତ୍ କାର୍ଯ୍ୟ କରିଥିଲେ । ପରେ ବିଭୂତିପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସୌମ୍ୟରଞ୍ଜନ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ସହୃଦୟ ଯୁବକ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ ।
13/7/2026



