ତାଳଚେର :ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ମେଡିକାଲ କଲେଜରେ କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଙ୍ଓ ଷ୍ଟାଫ ନର୍ସକୁ ମରଣାତ୍ମକ ଆକ୍ରମଣ କରାଯାଇଛି ବୋଲି ସେ କଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି ।
ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଓ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ଅତର୍କିତ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମନୋଜ ଆକ୍ରମଣ କରିଥିବା କଥା ସେ ପ୍ରକାଶ କରିଛନ୍ତି ।ମେଡିକାଲ କଲେଜ ରେ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ଆଜି ରବିବାର ତାଳଚେର କଲିୟରି ଥାନାରେ ବିଜେପି ପକ୍ଷରୁ ଦୀର୍ଘ ସମୟ ଘେରାଉ କରାଯାଇଥିଲା।ଉକ୍ତ ଘଟଣାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମ୍ପୃକ୍ତିକୁ ଦର୍ଶାଇ ତାଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଧାରଣା ଦିଆ ଯାଇଥିଲା ।
ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଧାରଣାରେ ବିଜେପି ନେତା କରୁଣା କର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ,, ସ୍ୱାଧୀନ ଥମ୍ବ ବିଭୁତି ସାହୁଙ୍କ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।




