ଭୁବନେଶ୍ୱର:- ବନ୍ୟାରେ ରାଜ୍ୟର ୫ଟି ଜିଲ୍ଲାର ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । ବନ୍ୟା ଦ୍ୱାରା ରାଜ୍ୟର ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ ।୧ ଲକ୍ଷ ୭୬ ହଜାର ୭୩ ଲୋକ ବର୍ତ୍ତମାନ ସୁଦ୍ଧା ହେଲେଣି ସ୍ଥାନାନ୍ତରିତ । ଜଳବନ୍ଦୀ ୨୧ ଟି ଗାଁ, ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୬ ଟି ଏନଡିଆରଏଫ, ୨୪ ଟି ଓଡ୍ରାଫଟିମ୍ ସମେତ ୪୬ କମ୍ପାନୀ ଅଗ୍ନିଶମ ବାହିନୀ ।
ଅନ୍ୟପଟେ ଜିଲ୍ଲାପାଳ ମାନଙ୍କୁ ବନ୍ୟାକୁ ମୁକାବିଲା ପାଇଁ ଟାକ୍ସ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତିନିଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଜିଲ୍ଲାପାଳ ମାନେ ଦେବେ । ଚାଷ ହେଉ ଅବା ବାସସ୍ଥାନ। ଗୋଟେ ହେଉ କି ଶତାଧିକ ଜିଲ୍ଲାପାଳ ମାନେ ସମସ୍ତଙ୍କ କ୍ଷତି ଆକଳନ କରି ରିପୋର୍ଟ ଦେବେ। ଜୀବନ ମୂଲ୍ୟବାନ ତେଣୁ ଲୋକଙ୍କୁ ବୁଝାଇକି ଆଣନ୍ତୁ । ତାଙ୍କ ଜୀବନ ସୁରକ୍ଷା ପାଇଁ। ପୋଲିସ ତାଙ୍କ ଘରକୁ ସୁରକ୍ଷା ଦେବ । ଜୀବନ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ । ଲୋକ ଯଦି ରିଲିଫ ସେଣ୍ଟରକୁ ଆସୁଛନ୍ତି ତେବେ ତାଙ୍କୁ ଘର ଭଳି ବ୍ୟବସ୍ଥା କରାଯାଉ। ଖାଇବା , ସୁରକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବେ । ସାପ କାମୁଡ଼ା ସମସ୍ୟାକୁ ଏଡାଇବା ପାଇଁ ଆଣ୍ଟି ଭେନନ୍ ଦିଅନ୍ତୁ । ଡାକ୍ତର ସମସ୍ତ ଅଞ୍ଚଳରେ ମହଜୁଦ୍ ରଖନ୍ତୁ ।
ଯିଏ ପାଣି ଘେରରେ ରହିଛନ୍ତି ତାଙ୍କୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରନ୍ତୁ । ଯେମିତି ତାଙ୍କୁ ଭୋକିଲା ରଖନ୍ତୁ ନାହିଁ । ଛୁଆ ଏବଂ ବୟସ୍କ ଲୋକଙ୍କୁ ପ୍ରାଧାନ୍ୟ ଦିଅନ୍ତୁ । ଲୋକଙ୍କ ଧନ ସମ୍ପତି ଯାହା କ୍ଷୟକ୍ଷତି ହେବ ତାଙ୍କୁ ଆମେ ଆଇନ ଅନୁଯାୟୀ ଯାହା ସମ୍ଭବ ଯୋଗାଇ ଦେବା । ଲୋକ ଯଦି ଆଶ୍ରୟ ସ୍ଥଳୀ ଛାଡୁଛନ୍ତି ତାଙ୍କୁ ପାଲ ସହ ଅନ୍ୟାନ୍ୟ ଯୋଗାଇ ଦିଅନ୍ତୁ । ବନ୍ୟା ଆସିବା ପୂର୍ବରୁ ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ରଖ । ଛୋଟ କି ବଡ ବନ୍ୟା ଭାବନା ନ ନେଇ ଲୋକଙ୍କୁ ସୁରକ୍ଷିତ ରଖିବା ଦାୟିତ୍ୱ ନିଅନ୍ତୁ । ଯେଉଁ ଜିଲ୍ଲାରେ ଓଡ଼୍ରାଫ୍ ଆବଶ୍ୟକ ନାହିଁ ସେମାନଙ୍କୁ ଛାଡ଼ିବେ କାହିଁକି ନା ଆମେ ମହାନଦୀ ବେଲ୍ଟରେ ତାଙ୍କୁ ନିୟୋଜିତ କରିବୁ ।
ଲୋକଙ୍କର କ୍ଷୟକ୍ଷତି ରିପୋର୍ଟ ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରନ୍ତୁ । ଲୋକଙ୍କର ଚାଷ କ୍ଷତି ହେବ ଅବା ଘର ଦ୍ୱାରର ରିପୋର୍ଟ ଜଲଦି ପ୍ରଦାନ କରିବେ । କେହି ଯେମିତି ଯୋଗ୍ୟ ତାଙ୍କ ହକରୁ ବଞ୍ଚିତ ହେବେ ନି । ତାହାକୁ ଜିଲ୍ଲାପାଳ ମାନେ ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।




