ଭୁବନେଶ୍ୱର, 18 ଜୁନ୍ - ଶେଷ ହେଲା ଖରା ଛୁଟି। ରାଜଧାନୀ ଭୁବନେଶ୍ୱରରେ ସ୍ୱାଭାବିକ ହେଲା ପାଠପଢ଼ା ।ସକାଳୁ ବାଜିଲା ସ୍କୁଲ ଘଣ୍ଟା ସ୍କୁଲ ଭିତରକୁ ପ୍ରବେଶ କଲେ ଛାତ୍ରଛାତ୍ରୀ। ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ରାଜ୍ୟରେ ଦିନବେଳା ତାପମାତ୍ରା ଅଧିକ ରହୁଛି। ଏପରି ପରିସ୍ଥିତିରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସକାଳୁଆ ସ୍କୁଲ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଆଜିଠୁ ୧୦ ରୁ ୪ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି।
ସେହିପରି ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଓ ଅନୁଗୋଳ ସମେତ କିଛି ଜିଲ୍ଲାରେ ୨୦ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ଘୋଷଣା ଖରା ଛୁଟି ପରେ ପୁଣି ସ୍କୁଲ ଖୋଲିଥିବାରୁ ଅନେକ ପିଲାଙ୍କ ମଧ୍ୟରେ ନୂଆ ପାଠ ପଢାକୁ ନେଇ ଉତ୍ସାହ ରହିଥିବା ବେଳେ କିଛିଟା ଛାତ୍ରଛାତ୍ରୀ ତାତିକୁ ଦେଖି ସକାଳେ ସ୍କୁଲ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି।





