(FM Bharat):-- ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନାହିଁ । ସ୍ଥିତି ସମୀକ୍ଷା କରି ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।
ସେ କହିଛନ୍ତି ଯେ, ଜୁନ୍ରେ ସ୍ବାଭାବିକ ଠାରୁ ୪୭ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ତେଣୁ ରିଜର୍ଭରଗୁଡ଼ିକରେ କିଛି ପାଣି ରଖାଯାଇଥିଲା । ଏଲ୍ନିନୋ ପ୍ରଭାବରେ ଜୁଲାଇରେ କମ୍ ବର୍ଷା ନେଇ ଆକଳନ ଥିଲା । ମାତ୍ର ଜୁଲାଇରେ ସ୍ବାଭାବିକ ଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ହେଲା ।
କିଛି ଅଞ୍ଚଳରେ କମ୍ ସମୟ ଭିତରେ ୨୦୦ ମିମିରୁ ଅଧିକ ବର୍ଷା ହେଲା । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି । ମାତ୍ର ବୈତରଣୀରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି ।





