ଭୁବନେଶ୍ୱର, ୧୮ ଜୁନ୍ - ଆସନ୍ତାକାଲି (ଶୁକ୍ରବାର)ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆଓଡ଼ିଶା ଗସ୍ତରେ ଆସୁଛନ୍ତି। କାଲି ଅପରାହ୍ନ ୩ଟା ୪୫ରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଂଚିବେ। ରାଷ୍ଟ୍ରପତି ରାଇରଙ୍ଗପୁରରେ ଏମ୍ସ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର, କୁସୁମି ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକୁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ, ବ୍ରହ୍ମାକୁମାରୀମାନଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପରେ ଉଭୟ ପାହାଡ଼ପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସେମାନେ ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହିତ ହିତାଧିକାରୀ ଓ ପିଲାମାନଙ୍କ ସହିତ ଭାବ ବିନିମୟ କରିବେ। ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ଏକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।





