ସିଲିଗୁଡ଼ି, ଅଗଷ୍ଟ ୨୧ - ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସିଲିଗୁଡି କରିଡରର ସୁରକ୍ଷା ବିଷୟରେ ଏକ ବଡ଼ ବିବୃତି ଦେଇଛନ୍ତି। ଚିକେନ୍ ନେକ୍'। ସଶସ୍ତ୍ର ସୀମା ବଳ (ଏସ୍. ଏସ୍. ବି.) ର ଏକ ସ୍ୱତନ୍ତ୍ର ବୈଠକରେ ଉଦବୋଧନ ଦେଇ ସେ କହିଥିଲେ ଯେ ଉତର-ପୂର୍ବ ଭାରତକୁ ଦେଶର ଅବଶିଷ୍ଟ ଭାଗ ସହିତ ଯୋଡ଼ିଥିବା ଏହି ସମ୍ବେଦନଶୀଳ ଭୌଗୋଳିକ କ୍ଷେତ୍ରର ସୁରକ୍ଷା କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି।
ଅମିତ ଶାହା ସୂଚନା ଦେଇଛନ୍ତି ଯେ ସିଲିଗୁଡ଼ି କରିଡରର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏକ ସ୍ୱତନ୍ତ୍ର ତ୍ରିକୋଣୀୟ ସୁରକ୍ଷା ଗ୍ରୀଡ' ପ୍ରସ୍ତୁତ କରାଯାଇଛି। ଏହା ଅଧୀନରେ ଚୋପ୍ରା, କିଶନଗଞ୍ଜ ଏବଂ ଧୁବ୍ରି ସ୍ଥିତ ତିନୋଟି ପ୍ରମୁଖ ଘାଟିରୁ ସମଗ୍ର କରିଡର ଅଂଚଳର ତଦାରଖ ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯାଇଛି।
ଦେଶର ଜାତୀୟ ସୁରକ୍ଷା ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୀମାବର୍ତୀ ଅଂଚଳରେ ବାଡ଼ ଲଗାଇବା ପାଇଁ ପର୍ଯ୍ୟାପ୍ତ ଜମି ଉପଲବ୍ଧ ନଥିବା ଦୀର୍ଘସ୍ଥାୟୀ ସମସ୍ୟା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ତେବେ ବର୍ତମାନର ରାଜ୍ୟ ସରକାରଙ୍କ କାର୍ଯ୍ୟକାଳରେ ଏହି ଦିଗରେ ଦିଆଯାଇଥିବା ସହଯୋଗକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ଅମିତ ଶାହା ମଧ୍ୟ ଏହି ଅଂଚଳର ଭିତିଭୂମି ଏବଂ ସଂଯୋଗକୁ ମଜବୁତ କରିବା ପାଇଁ ଯୋଜନା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଦିଲ୍ଲୀ-ସିଲିଗୁଡି ରେଳ କରିଡର ନିର୍ମାଣ କରିବାର ଯୋଜନା ୨୦୨୭ ବଜେଟରେ ଉଲ୍ଲେଖ କରାଯାଇଛି। ଏହା ଉତର ବଙ୍ଗ ଏବଂ ସିଲିଗୁଡ଼ି କରିଡରର ସଂଯୋଗକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।




