ଗଂଜାମ, 20 ଅଗଷ୍ଟ : ଜମି ବିବାଦରୁ ଭଉଣୀ ଓ ଭିଣୋଇଙ୍କୁ ଲୁହା କାତିରେ ମାଡ଼, ଭାଇ ଗିରଫ । ଗୋପାଳପୁର ଥାନା ପୋଲିସ ମେଡୁ ଓରଫ ରାଜେନ୍ଦ୍ର ଦାସଙ୍କୁ ଗିରଫ କରିଛି।
ଅଭିଯୁକ୍ତ ମେଡୁ ଓରଫ ରାଜେନ୍ଦ୍ର ଦାସ, ବୟସ ୩୪, ଗାଁ ବଡପୁର, ଥାନା ଗୋପାଳପୁରର ବାସିନ୍ଦା ।
ଅଭିଯୁକ୍ତଙ୍କର ତାଙ୍କ ଭଉଣୀ ଶ୍ରୀମତୀ ନର୍ମଦା ଦାସଙ୍କ ସହ ଜମି ବିବାଦ ଚାଲିଥିଲା। ଦୁଇ ଦିନ ତଳେ ସନ୍ଧ୍ୟା ସମୟରେ ଭଉଣୀଙ୍କ ଘରକୁ ଯାଇ ଅଶ୍ଲୀଳ ଗାଳି ଦେବା ସହ ସେଠାରେ ଥିବା ଲୁହା କାତି ନେଇ ଭିଣୋଇଙ୍କ ମୁଣ୍ଡରେ ମାରିଥିଲେ। ଏଥିରେ ଭିଣୋଇଙ୍କ ମୁଣ୍ଡରୁ ରକ୍ତ ବାହାରିବା ସହ ପିଠିରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଆସିଥିବା ଭଉଣୀଙ୍କ ଡାହାଣ ହାତରେ ମଧ୍ୟ ଆଘାତ ଲାଗିଥିଲା। ମାଡ଼ ମାରିବା ପରେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଆହତ ଦୁହିଁଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଘଟଣାରେ ବ୍ୟବହୃତ ଲୁହା କାତିଟି ଜବତ କରାଯାଇଛି। ସମସ୍ତ ଆଇନ ପ୍ରକ୍ରିୟା ପୂରଣ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।




