ଗୁରୁତର ଅବସ୍ଥାରେ ଅନୁଗୋଳ ଚିକିତ୍ସାଳୟରେ ଭର୍ତି
(ପର୍ଶୁରାମ ଦାସ୍ ):ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଝାରବେଡ଼ା ଗାଁରେ ଯୁବକଙ୍କୁ ଗୁଳିମାଡ଼। ଗୁରୁତର ଯୁବକଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତି କରାଯାଇଛି। ବାଲିମୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗୁଳିମାଡ଼ ହୋଇଥିବା ଯୁବକ ଜଣ ଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଝାରବେଡ଼ା ଗାଁର ବାଉରୀ ବନ୍ଧୁ ନାଏକଙ୍କ ପୁଅ ବିନୟ ନାଏକ (୩୦) ବିନୟଙ୍କ ବାମ ଜଙ୍ଘରେ ପାଖାପାଖି ୧୦ ଟିରୁ ଉର୍ଦ୍ଧ୍ବ ଗୁଳି ବାଜିଥିବା ସନ୍ଦେହ କରାଯାଉଛି।ତେବେ ବିନୟଙ୍କୁ କିଏ ଏବଂ କାହିଁକି ଗୁଳି ମାରିଲା ତାହା ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବାଲିମି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ବିନୟଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।
ହିନ୍ଦୋଳରେ ଯୁବକଙ୍କୁ ଗୁଳିମାଡ଼





