ଭୁବନେଶ୍ୱର, 08 ଅଗଷ୍ଟ:- ବାଲିଅନ୍ତା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୫ ଜଣ ଆଜି ଜାମିନରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି । କ୍ରାଇମ୍ ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ରେ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ ପ୍ରମାଣ ଦାଖଲ କରିଥିବା ବେଳେ ଅବଶିଷ୍ଟ ୯ ଜଣଙ୍କ ବିରୋଧରେ ପ୍ରମାଣ ନ ମିଳିବାରୁ ଚାର୍ଜସିଟରେ ସେମାନଙ୍କ ନାଁ ଦାଖଲ କରିନଥିଲା । ସେହି ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ସେମାନେ ଜେଲରୁ ମୁକୁଳିଛନ୍ତି । ଗତ ମେ ୭ ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁର କାଜ ବ୍ରିଜ୍ ନିକଟରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କମିଶନରେଟ ପୋଲିସ ପ୍ରଥମେ ୧୧ଜଣଙ୍କୁ ପରେ କ୍ରାଇମବ୍ରାଞ୍ଚ ୯ଜଣଙ୍କୁ ଗିରଫ କରିଥିଲା । ଘଟଣାରେ ଆହୁରି ୫ରୁ ୬ ଜଣ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି ।
ବାଲିଅନ୍ତା ସୌମ୍ୟ ହତ୍ୟା





