ଭୁବନେଶ୍ୱର, 08 ଅଗଷ୍ଟ - ଦୁର୍ଘଟଣା ରୋକିବାକୁ ପଦକ୍ଷେପ ।ଜାତୀୟ ରାଜପଥରୁ ହଟିବେ ଗୋରୁ ଗାଈ । ପରିବହନ ବିଭାଗ, ଏନଏଚଏଆଇଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମିଳିତ ଆକ୍ସନ ନିଆଯାଇଛି । ରାସ୍ତାରୁ ପଶୁ ମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ । ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା । ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ, ନଜର ରଖିବେ ସ୍ଥାନୀୟ ଏସପି । ପ୍ରତି ବ୍ଲକ୍ରେ ଗୋଶାଳା ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।
ଦୁର୍ଘଟଣାଜାତୀୟ ରାଜପଥଗୋରୁ ଗାଈ





