ଜୟପୁର:ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଅଭିଯୁକ୍ତ ଜଣକ ହେଲା ସମ୍ବାର ତୋଟାର ଏମ ସିମାଦ୍ରି (୨୨) ।
ପୋଲିସ ସୂଚନା ଅନୁଯାୟୀ, ଜଣେ ନାବାଳିକା (୧୭) କୁ ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ମହିଳା ଥାନା ଅଧିକାରି ସୂଚନା ଦେଇଛନ୍ତି ।
ନାବାଳିକାକୁ ଦୁଷ୍କର୍ମଅଭିଯୁକ୍ତ ଗିରଫ





