ଭୁବନେଶ୍ୱର, 20 ଅଗଷ୍ଟ : ଗତକାଲି ଅଟୋ ଡ୍ରାଇଭରମାନେ ଯେଉଁ କାଣ୍ଡ କଲେ ତାହା ଅମାନବୀୟ ଘଟଣା। ସେମାନେ ଆଇନକୁ ହାତକୁ ନେଇଛନ୍ତି। ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ସରକାରୀ ଗାଡି ଭାଙ୍ଗିଛନ୍ତି। ତାଙ୍କ ଉପରେ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେମାନଙ୍କୁ କ୍ଷମା କରାଯିବ ନାହିଁ। ଏମିତି କି ଗୁଣ୍ଡାଗିରୀରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ। ଏନେଇ ସରକାର ବିଚାର କରୁଛନ୍ତି। ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ। ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ସେ କହିଛନ୍ତି ।
Regional


