ଅହମ୍ମଦାବାଦ, ୧୨ ଜୁଲାଇ - ସହରକୁ ସବୁଜ ଏବଂ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା 'ମିଶନ୍ ଫାଇଭ୍ ମିଲିୟନ୍ ଟ୍ରି' ଅଧୀନରେ ଏକ ବିଶାଳ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରବିବାର ଦିନ ସାଇନ୍ସ ସିଟିର ବିଜ୍ଞାନ ଭବନରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୪୦୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ କାର୍ଯ୍ୟର ଲୋକାର୍ପଣ ଏବଂ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଅମିତ ଶାହା 'ମିଶନ ଫାଇଭ୍ ମିଲିୟନ୍ ଟ୍ରି' ପ୍ରକଳ୍ପ ଅଧୀନରେ ସହରରେ ସବୁଜ ବିକାଶକୁ ପ୍ରୋତ୍ସାହିତ କରୁଥିବା ହେରିଟେଜ୍ ପାର୍କ ଏବଂ ୧୦୧ ଅକ୍ସିଜେନ ପାର୍କ-ସହରାଚଂଳ ଜଙ୍ଗଲକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଗ୍ରୀନ୍ ମୋବିଲିଟି ଅଧୀନରେ ବି.ଆର.ଟି.ଏସ୍. ନେଟୱାର୍କରେ ୮୦ଟି ନୂଆ ଶୀତତାପ ନିୟନ୍ତ୍ରିତ ବୈଦ୍ୟୁତିକ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଥିଲା । ଏହା ସହିତ, ୭୫ଟି ନୂତନ ଏସି ବସ୍ ମଧ୍ୟ ଏଏମଟିଏସ ଫ୍ଲିଟ୍ ରେ ଯୋଡ଼ା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ସମୟରେ ୬୦.୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୮୮ଟି ଆଧୁନିକ ସରକାରୀ ଆବାସର ମଧ୍ୟ ଇ-ଉଦ୍ଘାଟନ କରାଯାଇଥିଲା । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହା ଭାଡ଼ଜ, ବୋପଲ ଏବଂ ବାଡ଼ଜ ସମେତ ବିଭିନ୍ନ ଅଂଚଳରେ ସାମୁହିକ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଅମିତ ଶାହା କହିଛନ୍ତି,
"ଆଜି ମୁଁ
ଅହମ୍ମଦାବାଦ ସହର ଏବଂ ଗାନ୍ଧୀନଗର ଲୋକସଭା କ୍ଷେତ୍ରର ସମସ୍ତ ନାଗରିକଙ୍କୁ ହୃଦୟରୁ ପ୍ରଣାମ
କରିବା ସହ ଅଭିନନ୍ଦନ ଜଣାଉଛି । ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ, ନାଗରିକମାନେ ଆଜି ଗୋଟିଏ ଦିନରେ ୧ କୋଟି ୨୫ ଲକ୍ଷରୁ ଅଧିକ ଚାରା ରୋପଣ କରିଛନ୍ତି, ଯେତେବେଳେ ଅହମ୍ମଦାବାଦ ସହରର ତିନୋଟି ଲୋକସଭା ଆସନରେ ପୃଥକ୍ ପୃଥକ୍ ଭାବେ ୫୦ ଲକ୍ଷ ଚାରା
ରୋପଣ ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଛି ।






