ଭୁବନେଶ୍ୱର, 03 ଅଗଷ୍ଟ : ଆଜିଠୁ କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ 42 କୋଟି 80 ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ 36 କୋଟି 98 ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ 110 କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ଥକୁ କ୍ଷତିପୁରଣ କାମ ଏକା ସହ ଚାଲିବ । ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର 12 କୋଟି 88 ଲକ୍ଷ ପ୍ରଦାନ କରିବେ । ରିଲିଫ ସେଣ୍ଟର ପରିଚାଳନା ପାଇଁ 26 କୋଟି ଟଙ୍କା ଯାଇଛି ।
ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ 1 ଲକ୍ଷ 20 ହଜାର, ପକ୍କା ଘର ଆଂଶିକ ଭାଙ୍ଗିଥିଲେ 6 ହଜାର 500, କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ 4 ହଜାର, କୁଡ଼ିଆ ଭାଙ୍ଗିଥିଲେ 8000, ଗୁହାଳ ପାଇଁ 3 ହଜାର ମିଳି । ଚାଷ କ୍ଷୟକ୍ଷତିରେ ଖାଲୁଆ ଜମିରେ ହେକ୍ଟର ପିଛା 8500, ଳସେଚିତ ଜମିରେ ହେକ୍ଟର ପିଛା 17 ହଜାର, ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା 22 ହଜାର 500 ମିଳିବ । ସେହିପରି ଜୀବନ ହାନି ପାଇଁ 4 ଲକ୍ଷ କ୍ଷତିପୂରଣ । ଅଗ୍ନିଶମ କର୍ମଚାରୀଙ୍କୁ ଏକ କୋଟି 5 ଲକ୍ଷ ଟଙ୍କା ମିଳିଛି । ବଡ଼ ପଶୁ ଅର୍ଥାତ ଗାଈ ପାଇଁ 37 ହଜାର 500, ବଳଦ କିମ୍ଭା ମହିଁଷି ପାଇଁ 32 ହଜାର, ବାଛୁରୀ ପାଇଁ 20 ହଜାର, ଛେଳି କିମ୍ବା ମେଣ୍ଡା ପାଇଁ 4 ହଜାର ମିଳିବ ।
ସମୁଦାୟ 22 ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । 85 ବ୍ଲକ ସହ 15 ସହରାଞ୍ଚଳ ପ୍ରଭାବିତ ହୋଇଛି । 656 ପଞ୍ଚାୟତ ଏବଂ 1458 ଗାଁ କ୍ଷତିଗ୍ରସ୍ଥ ହୋଇଛି । 8 ଲକ୍ଷ 63 ହଜାର 909 ଲୋକ ପ୍ରଭାବିତ । 2 ଲକ୍ଷ 67301 ସ୍ଥାନାନ୍ତରିତ ହୋଇଥିଲେ । 529 ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।





