ଭୁବନ, ୨୫ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତର ମଠଖୋକସା ଗ୍ରାମରେ ଦୀର୍ଘଦିନ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା । ଫଳରେ ଲୋକମାନେ ଅସୁବିଧା ଭୋଗୁଥିଲେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଅଚଳ ନଳକୂପକୁ ସଚଳ କରାଯାଇ ନଥିଲା । ଫଳରେ ଗାଁ ଲୋକେ ନିଜେ ସଜାଡିବାର ଦାୟିତ୍ୱ ନେଇଥିଲେ । ଆଇ ଟି ଆଇ ଫିଟର ରାଜ କିଶୋର ସାହୁଙ୍କ ସମେତ ରାଜେଶ ନାୟକ ଓ ଶ୍ରୀକାନ୍ତ ମିଶ୍ରଙ୍କ ସହଯୋଗରେ ନଳକୂପ ସଚଳ ହୋଇଥିଲା । ଏଥିପାଇଁ ଗ୍ରାମବାସୀ ମାନେ ଉପରୋକ୍ତ ଯୁବକ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।
Regional




