ଭୁବନେଶ୍ୱର – ଡିଜିଟାଲ ଆରେଷ୍ଟ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସତର୍କବାର୍ତ୍ତା ଜାରି କରିଛି । ଡିଜିଟାଲ ଆରେଷ୍ଟ ଏକ ବଡ଼ ଠକେଇ ବୋଲି କହିଛି କମିଶନରେଟ ପୋଲିସ ।
ପୋଲିସ ପକ୍ଷରୁ କୁହାଯାଇଛି ଯେ,ଭାରତରେ 'ଡିଜିଟାଲ ଆରେଷ୍ଟ' ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ପୋଲିସ କିମ୍ବା କୌଣସି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଡିଜିଟାଲ ଆରେଷ୍ଟ କରନ୍ତିନି ।ଭିଡିଓ କଲ୍ କିମ୍ବା ମେସେଜ୍ ମାଧ୍ୟମରେ କେବେ କାହାକୁ ଗିରଫ କରନ୍ତି ନାହିଁ । ତଦନ୍ତକାରୀ ସଂସ୍ଥା କୌଣସି ଆପ୍ରେ ଯୋଗଦେବାକୁ କେବେ ହେଲେ କହିନଥାନ୍ତି । ସନ୍ଦେହଜନକ ଫୋନ୍ କଲ୍ ଆସିଲେ ସଙ୍ଗେ ସଙ୍ଗେ କଲ୍ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଜଣା -ବ୍ୟକ୍ତିଙ୍କ କଥାରେ କେବେ ଟଙ୍କା ପଠାନ୍ତୁ ନାହିଁ, ଏଫଡି କିମ୍ବା ପିପିଏଫଭାଙ୍ଗନ୍ତୁ ନାହିଁ । ଓଟିପି, ପିନ୍ପାସୱାର୍ଡ କିମ୍ବା ବ୍ୟାଙ୍କିଂ ସୂଚନା କାହା ସହ ସେୟାର୍ କରନ୍ତୁ ନାହିଁ । ତୁରନ୍ତ ୧୯୩୦ (ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍)କୁ କଲ୍ କରନ୍ତୁ । ସାଇବର କ୍ରାଇମର ସରକାରୀ ଓ୍ୱେବସାଇଟ୍ରେ ଅଭିଯୋଗ କରିପାରିବେ । ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ସହ ଯୋଗାଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






