ଯୋଧପୁର, ଜୁଲାଇ 4 । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଯୋଧପୁରରେ ପହଞ୍ଚିଛନ୍ତି। ଏଠାରେ ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ ଉଦ୍ଘାଟନ କରିବା ପରେ ସେ ବାୟୁସେନା ଷ୍ଟେସନରୁ ସିଧାସଳଖ ପଚପଦ୍ରା ବାଲୋତ୍ରା ଅଭିମୁଖେ ଯାତ୍ରା କରିଥିଲେ। ଅପରାହ୍ନରେ ସେ ପଚପଦ୍ରା ବିଶୋଧନାଗାରର ଉଦଘାଟନ କରିବେ ଏବଂ ଜୟପୁର ମେଟ୍ରୋ ଫେଜ୍-2 ସମେତ ଅନେକ ପ୍ରକଳ୍ପକୁ ଉତ୍ସର୍ଗ କରିବେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳ 11ଟା 15 ମିନିଟରେ ଯୋଧପୁରରେ ପହଞ୍ଚିଥିଲେ। ସହରର ବହୁ ପ୍ରତୀକ୍ଷିତ ନୂତନ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ବିମାନ ବନ୍ଦର ପରିସରରେ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଦୂରରୁ ବଟନ୍ ଦବାଇବା ଦ୍ୱାରା ନୂତନ ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଏହି ସମୟ ମଧ୍ୟରେ ଆଞ୍ଚଳିକ ବିମାନ ସଂଯୋଗ ଯୋଜନା 'ଉଡ଼ାନ-2 "ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।






