ଭୁବନେଶ୍ୱର, 03 ଜୁଲାଇ - ଡାକ୍ତର ଆନ୍ଦୋଳନ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ପ୍ରତିକ୍ରିୟା ରଖିଛନ୍ତି | ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା କହିଛନ୍ତି ଯେ, ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ |କିଛି ଜିଲ୍ଲାରେ ଡାକ୍ତର କାର୍ଯ୍ୟରେ ଯୋଗଦେଲେଣି | ଢେଙ୍କାନାଳ, କଳାହାଣ୍ଡିରେ କାର୍ଯ୍ୟରେ ଯୋଗଦେବା ନେଇ ଖବର ଆସିଛି | ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ | ସେନେଇ ଚିଠି କରାଯାଇଛି |କୌଣସି ଜାଗାରେ ବିଶେଷ ଖବର ଆସିନାହିଁ | କେଉଁଠି ଶବ ବ୍ୟବଛେଦ ହେଇପାରିନଥିବା ଖବର ଥିଲା ସମାଧାନ ହୋଇଯାଇଛି | ସ୍ଥିତିକୁ ନିରୀକ୍ଷଣ କରୁଛୁ ବୋଲି ସେ କହିଛନ୍ତି |
ସ୍ୱାସ୍ଥ୍ୟ ନିର୍ଦ୍ଦେଶକମୋହନ ପଣ୍ଡା






