ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତର ଜାତୀୟ ନିବେଶ ଏବଂ ଭିତିଭୂମି ପାଣ୍ଠି (ଏନଆଇଆଇଏଫ)ରେ ଅଷ୍ଟ୍ରେଲିୟନସୁପର୍ ୫୦୦ ମିଲିୟନ ଅଷ୍ଟ୍ରେଲିଆଇ ଡଲାରର ଅତିରିକ୍ତ ନିବେଶକୁ ସ୍ୱାଗତ କରିଛନ୍ତି । ସେ କହିଥିଲେ ଯେ, ଏହି ନିବେଶ ଭାରତର ଆର୍ଥିକ ପ୍ରଗତି ଏବଂ ସଂସ୍କାର ପ୍ରତି ବିଶ୍ୱ ନିବେଶକମାନଙ୍କ ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସର ପ୍ରତୀକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଏକ୍ସ' ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଅଷ୍ଟ୍ରେଲୀୟସୁପରର ନୂତନ ପୁଞ୍ଜି ବିନିଯୋଗ ଭାରତର ବିକାଶ ଯାତ୍ରାରେ ବିଶ୍ୱର ବିଶ୍ୱାସକୁ ପ୍ରତିଫଳିତ କରେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ଭାରତର ଦ୍ରୁତ ଗତିରେ ବଦଳୁଥିବା ଅର୍ଥବ୍ୟବସ୍ଥାରେ ରହିଥିବା ବିପୁଳ ନିବେଶ ସୁଯୋଗର ଏକ ପ୍ରମାଣ । ମେଲବର୍ଣ୍ଣରେ ଆୟୋଜିତ ଅଷ୍ଟ୍ରେଲିଆ-ଭାରତ ବାର୍ଷିକ ନେତାମାନଙ୍କ ଶିଖର ସମ୍ମିଳନୀରେ ଏହି ନିବେଶର ଘୋଷଣା କରାଯାଇଥିଲା ।
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସି. ଇ. ଓ.) ପଲ ଶ୍ରୋଡର ଆଜି ସକାଳେ ମେଲବର୍ଣ୍ଣରେ ଏହି ନିବେଶ ବିଷୟରେ ଘୋଷଣା କରିଥିଲେ । ଅଷ୍ଟ୍ରେଲିଆର ସର୍ବବୃହତ ପେନସନ ପାଣ୍ଠି 'ଅଷ୍ଟ୍ରାଲିୟନସୁପର' ର ସିଇଓ ପଲ ଶ୍ରୋଡର ୫୦୦ ମିଲିୟନ ଆମେରିକୀୟ ଡଲାରର ଅତିରିକ୍ତ ନିବେଶ ବିଷୟରେ ସୂଚନା ଦେଇଛନ୍ତି । ବର୍ତମାନ ଏହି ନିବେଶ ପରେ ଭାରତରେ ସମସ୍ତ ପରିସମ୍ପତି ବର୍ଗରେ ଅଷ୍ଟ୍ରାଲିନସୁପରର ମୋଟ୍ ନିବେଶ ୩.୩ ବିଲିୟନ ଅଷ୍ଟ୍ରେଲିୟାଇ ଡଲାରକୁ ବୃଦ୍ଧି ପାଇଛି ।






