କେନ୍ଦ୍ରାପଡା- କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଚାମେଲିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ। ଓଡିଶା ଜନତା କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ ସୋଫିଆ ଚାମେଲିଙ୍କୁ ଭେଟି ଦୀର୍ଘ ସମୟ ଘଟଣା ଆଲୋଚନା କରିଥିଲେ। ମେଡିକାଲରେ ପହଞ୍ଚି ସୋଫିଆ ପୋଲିସ ଦେହରେ ଲଗେଇଥିବା ବଡି କ୍ୟାମେରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଚାମେଲିଙ୍କ ପ୍ରାଇଭେସି ନଷ୍ଟ ହେଉଥିବା ସେ ଅଭିଯୋଗ କରିଛନ୍ତି। ଚାମେଲିଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରକୁ କଠୋର ଭାଷାରେ ନିନ୍ଦା କରିବା ସହିତ ପୋଲିସର ଆକ୍ରୋଶମୂଳକ ବ୍ୟବହାରକୁ ସେ ବିରୋଧ କରିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ବିଡିଓ ଓ ଆଇଆଇସିଙ୍କ ନିଲମ୍ବନ ଦାବି କରିଛନ୍ତି ସୋଫିଆ। ଚାମେଲିଙ୍କ ବିରୁଦ୍ଧରେ ଲାଗିଥିବା ଦଫା କୋହଳ କରିବା, ତାଙ୍କୁ ସୁରକ୍ଷା ଯୋଗାଇ ଦେବା, ତାଙ୍କ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଦାବି କରିଛନ୍ତି।ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଦୈନିକ ବିଭିନ୍ନ ରାଜନୈତିକ ଦଳ, ମହିଳା ସଂଗଠନ, ସରପଞ୍ଚ ସଂଘ, ସମିତି ସଭ୍ୟ ସଂଘ ଓ ସମାଜ ସେବି ମାନେ ଚାମେଲିଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବା ପରେ କଲେକ୍ଟର ଓ ଏସପି ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଚାମେଲିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ l ଓଡିଶା ଜନତା କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ ସୋଫିଆ ଚାମେଲିଙ୍କୁ ଭେଟି ଆଲୋଚନା କରିଥିଲେ l ମେଡିକାଲରେ ପହଞ୍ଚି ସୋଫିଆ ପୋଲିସର ବଡି କ୍ୟାମେରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହାଦ୍ୱାରା ଚାମେଲିଙ୍କ ପ୍ରାଇଭେସି ନଷ୍ଟ ହେଉଥିବା ସେ ଅଭିଯୋଗ କରିଛନ୍ତି l ଚାମେଲିଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରକୁ କଠୋର ଭାଷାରେ ନିନ୍ଦା କରିବା ସହିତ ପୋଲିସର ଆକ୍ରୋଶମୂଳକ ବ୍ୟବହାରକୁ ସେ ବିରୋଧ କରିଛନ୍ତି l ତେବେ ଘଟଣାରେ ସମ୍ପୃକ୍ତ ବିଡିଓଙ୍କ ନିଲମ୍ବନ ଦାବି କରିଛନ୍ତି ସୋଫିଆ l ଚାମେଲିଙ୍କୁ ବିରୁଦ୍ଧରେ ଲାଗିଥିବା ଦଫା କୋହଳ କରିବା, ତାଙ୍କୁ ସୁରକ୍ଷା ଯୋଗାଇ ଦେବା, ତାଙ୍କ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଦାବି କରିଅଛନ୍ତି l ପରେ ଜିଲ୍ଲାପାଳ ଆବାସିକ କାର୍ଯ୍ୟ।ଳୟରେ ଜିଲ୍ଲାପାଳ ଏସପିଙ୍କୁ ଭେଟି ଚାମେଲିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଚାମେଲିଙ୍କୁ ନ୍ୟାୟ ନମିଳେ ତେବେ ଆଗକୁ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।ଏପଟେ ରାଜ୍ୟ ସମତି ସଭ୍ୟ ସଂଘ ସମ୍ପାଦକଙ୍କ ନେତୃତ୍ୱରେ ସଭ୍ୟ, ସଭ୍ୟା ମାନେ ଚାମେଲିଙ୍କୁ ଭେଟିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଚାମେଲିଙ୍କ ମାଆ ଭାରତୀ ଓଝା ମଧ୍ୟ ସଂଗିନ ଅଭିଯୋଗ ଆଣିଛନ୍ତି ଚାମେଲିଙ୍କ କ୍ୟାବିନ ଭିତରେ ସମସ୍ତ ପୋଲିସ ଦେହରେ ବଡି କ୍ୟାମେରା ଲାଗିଥିବା ଅଭିଯୋଗ କରିଛନ୍ତି ମାଆ। ତାଙ୍କ ଝିଅକୁ ନ୍ୟାୟ ଦାବି କରି କାନ୍ଦି ପକାଛନ୍ତି। ଜୁନ ୧୦ ତାରିଖ ଦିନ କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝା ଓ ମହାକାଳପଡା ବ୍ଲକ୍ ପ୍ରଶାସନ ଭିତରେ ସୃଷ୍ଟି ହୋଇଥିଲା ବିବାଦ। ବିବାଦକୁ ୟା ଭିତରେ ୫ ଦିନ ବିତିଲାଣି ବହୁ ତୁମ୍ବି ତୋଫାନ ପରେ ପୋଲିସ ଆଜି ଚାମେଲିଙ୍କ ମୋବାଇଲ ଫୋନ ଛଡାଉ ଥିବା ଅଭିଯୁକ୍ତ ପାର୍ଥସାରଥି ସାମନ୍ତରାଏକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୫ ଦିନ ବ୍ଯବଧାନ ପରେ ଆଜି ସାମନାକୁ ଆସିଛନ୍ତି ଚାମେଲି ବିପକ୍ଷବାଦୀ। ମହାକାଳପଡ଼ା ବ୍ଲକ୍ ଚେୟାରମ୍ୟାନ ମୀରା ରାଣୀ ମହାନ୍ତିଙ୍କ ନେତୃତ୍ଵରେ ପ୍ରାୟ ୫୦ ରୁ ଅଧିକ ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ସରପଞ୍ଚ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସମଗ୍ର ଘଟଣାରେ ନିରକ୍ଷେପ ତଦନ୍ତ ଦାବି କରିବା ସହିତ ଚାମେଲି ଏକ ରାଜନୈତିକ ମୋହରା ହୋଇଯାଇଥିବା ଅଭିଯୋଗ କରିଛନ୍ତି । କିଛି ରାଜନୈତିକ ବ୍ୟକ୍ତିଙ୍କ ଇସାରାରେ ସେ ବିଧାୟକଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି ସେମାନେ I ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ସହିତ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ସମିତି ସଭ୍ୟ ଓ ୱାର୍ଡ ମେମ୍ବର I ଚାମେଲି ତିଖିରି ପଞ୍ଚାୟତ ପାଇଁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଉନ୍ନତିମୂଳକ କାମ ନେଇଥିବା କହିଛନ୍ତି। ଚାମେଲିଙ୍କ ଅଭିଯୋଗ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ଗିରଫଦାରୀ ହୋଇଛି ।





