କେନ୍ଦୁଝର, ୨୧ ଅଗଷ୍ଟ(ହି.ସ.) – ଓଡ଼ିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନରେ ଅଗଷ୍ଟ ୧୦ ତାରିଖ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ଆରମ୍ଭ ହୋଇଛି। ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ୱର ସାହୁ ଆଜି ଶୈଲଙ୍ଗ, ଖାଲିଆମେଂଟା, ଭଣ୍ଡାରିଡିହା, ଦେଓଗାଁ, ମଦନପୁର, ଖଲଣା, ବାତୋ ଓ ବେଲବାହାଳି ପ୍ରଭୃତି ସେବା ସମବାୟ ସମିତି ବୁଲି ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟ ସରକାର ପଞ୍ଜୀକରଣକୁ ସରଳୀ କରଣ କରିଥିବାରୁ ଚାଷୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନ୍ୟବାଦ ଜଣାଇବା ସହିତ ଆନନ୍ଦ ପ୍ରକାଶ କରିଥିଲେ। ସର୍ଭର ନେଟୱାର୍କ ଡାଉନ ରହୁଥିବାରୁ ପଞ୍ଜୀକରଣରେ ଅହେତୁକ ବିଳମ୍ବ ହେଉଥିବା ଚାଷୀମାନେ ଚାଷୀ ନେତା ଶ୍ରୀ ମହେଶ୍ୱର ସାହୁଙ୍କ ଠାରେ ପ୍ରକାଶ କରିଥିଲେ। ଏ ବିଷୟରେ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ଶ୍ରୀ ବିକାଶ ଚନ୍ଦ୍ର ଜେନା, ବିପିନି କୁମାର ଜେନା, ବାମନ ଚରଣ ଭୂୟାଁ, ରୂପ ମହାରଣା, ପ୍ରଣବ ପୁହାଣ, ରାଧେଶ୍ୟାମ ରଣା, ରବିନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ସ୍ୱାଇଁ, ବୁଲୁ ପଟ୍ଟନାୟକ, ତୀର୍ଥ ଜେନା, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA





