ଭୁବନେଶ୍ୱର, 21 ଅଗଷ୍ଟ:- ଗତକାଲି ଲାଠିକଟା ତହସିଲଦାର-କମ୍-ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅସଦୁପାୟରେ ଅର୍ଜିତ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଟକାଇଥିବା ଘଟଣା । ସୁନ୍ଦରଗଡ଼ ଓ ରାଉରକେଲାରେ ଘର ତଲାସି ବେଳେ ଆହୁରି ୫.୭୪ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏପର୍ଯ୍ୟନ୍ତ
ମୋଟ ୧୦.୭୪ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।
ଏପର୍ଯ୍ୟନ୍ତ ତଲାସି ସମୟରେ ମିଳିଥିବା ଅନ୍ୟାନ୍ୟ ସମ୍ପତ୍ତି ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟରେ ସୁନ୍ଦରଗଡ଼ର କର୍ମଡିହିଠାରେ ପ୍ରାୟ ୩,୭୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏକ ଦୁଇ ମହଲା କୋଠା, ସୁନ୍ଦରଗଡ଼ ଓ ରାଉରକେଲା ସହରର ଉପକଣ୍ଠରେ ୬ଟି ଉଚ୍ଚମୂଲ୍ୟର ପ୍ଲଟ୍, ୨୪୧ ଗ୍ରାମ ସୁନା ଅଳଙ୍କାର ଏବଂ ୬୩୫ ଗ୍ରାମ ରୁପା ଅଳଙ୍କାର, ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦରେ ୬୬.୧୦ ଲକ୍ଷ ଟଙ୍କା, ଗୋଟିଏ ଚାରିଚକିଆ ଯାନଏବଂ ୩ଟି ଦୁଇଚକିଆ ଯାନ ରହିଛି । ଏବେ ବି ତଲାସି ଅଭିଯାନ ଜାରି ରହିଛି।ଗତକାଲି ଲାଠିକଟା ତହସିଲଦାର-କମ୍-ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅସଦୁପାୟରେ ଅର୍ଜିତ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଟକାଇଥିଲା ।
ଶ୍ରୀ ଉର୍ମାଲ ଲାଠିକଟାସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ରାଉରକେଲାସ୍ଥିତ ନିଜ ବାସଭବନକୁ ଭଡ଼ାରେ ନିଆଯାଇଥିବା ସରକାରୀ କାର୍ଯ୍ୟାଳୟ ଗାଡ଼ି (ସ୍କର୍ପିଓ)ରେ ଯାଉଥିବା ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅସଦୁପାୟରେ ଅର୍ଜିତ ନଗଦ ଟଙ୍କା ଉଦ୍ଧାର କରାଯାଇଥିଲା। ଶ୍ରୀ ଉର୍ମାଲ ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିବାରୁ, ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କା ନଗଦ ସହ ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଥିଲା । ଏହା ପରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଉର୍ମାଲଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।




