କନ୍ଧମାଳ, ୨୦ ଅଗଷ୍ଟ : କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡ଼ି ଓ ଯୁବ ବିଜେଡ଼ି ପକ୍ଷରୁ ଶିକ୍ଷା ବଞ୍ଚାଅ ଅଭିଯାନ। ଛାତ୍ର ବିଜେଡ଼ି ସଭାପତି ସୁନୀଲ କୁମାର ସେଠିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ ବାହାରି କନ୍ଧମାଳ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେଡ଼ି ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ଓ ଛାତ୍ର ବିଜେଡ଼ି ସଭାପତି ବାବୁ ଖାନ, ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ, ପୂର୍ବତନ ବିଧାୟଜ ଦୁଗୁନି କହଁଲ, ରାଜୀବ ପାତ୍ର, ଅଙ୍ଗଦ କହଁର, ବିଜେଡି ମହିଳା ସଭା ନେତ୍ରୀ ପୁନମ କହଁର, ଯୁବ ବିଜେଡ଼ି ସଭାପତି ରାକେଶ ମିଶ୍ର, ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, ପୂର୍ବତନ ସଭାନେତ୍ରୀ ଜ଼ିଲ୍ଲା ପରିଷଦ ଆକାଂକ୍ଷା ପ୍ରଧାନ ଆୟୋଜିତ ସଭାରେ ଯୋଗ ଦେଇଥିଲେ ଓ ହଜାର ଛାତ୍ର ଛାତ୍ରୀ, ବିଜେଡ଼ି ନେତା, କର୍ମକର୍ତ୍ତା ବିଜେଡ଼ି ସମ୍ପାଦକ ମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକରି ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ। ପିଲାଙ୍କୁ ତ୍ରୁଟିପୂର୍ଣ୍ଣ ବହି ପ୍ରଦାନ କରି ସରକାର ବଡ଼ ଭୁଲ କରିଛନ୍ତି। ନିମ୍ବୁଡା ନିମ୍ବୁଡା ଗୀତ, ଝାଲ ମୁଢି, କର୍ଣ୍ଣାଟକ ଆସେମ୍ବଲିକୁ କୋଣାର୍କ ମନ୍ଦିର ଭଳି ଉଲ୍ଲେଖ ରହିଛି ବହିରେ। ଏଭଳି ତ୍ରୁଟିପୁର୍ଣ୍ଣ ବହି ପଢି ପିଲାଏ ମୂର୍ଖ ହେବେ ଓ ଝାଲମୁଢି ବିକିବେ ଓ ବଡବଡିଆଙ୍କ ଓ ମନ୍ତ୍ରୀଙ୍କ ପିଲା ଲଣ୍ଡନରେ ପାଠ ପଢିବେ ବୋଲି ରାଜ୍ୟ ଛାତ୍ର ବିଜେଡ଼ି ସଭା ନେତ୍ରୀ ଇପ୍ସିତା ସାହୁ ଭାଷଣ ପ୍ରସଙ୍ଗରେ କହିଥିଲେ। କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଇ ପୁସ୍ତକ ଛପାଇଥିଲେ। ଏବେ ତ୍ରୁଟିପୁର୍ଣ୍ଣ ବହିକୁ ଠିକ କରିବା ପାଇଁ ସରକାରଙ୍କ ପାଖରେ ପଇସା ନାହିଁ। ନବୀନ ସରକାର ଯିବା ପୂର୍ବରୁ ରାଜକୋଷରେ କୋଟି କୋଟି ଟଙ୍କା ଥିଲା। ଏବେ ଟଙ୍କା ନାହିଁ ଭତ୍ତା ଓ ଅଙ୍ଗନୱାଡିକୁ ପୁରା ଦରମା, ନିର୍ବାଚନୀ ଘୋଷଣା କରିଥିବା ତିନି ହଜାର ଭତ୍ତା ବୃଦ୍ଧି ଟଙ୍କା ଦେବାକୁ ପଇସା ନାହିଁ। କେନ୍ଦ୍ରରେ ନୀଟ ପେପର ଦୁର୍ନୀତି ପାଇଁ କୋକ୍ରୋଚ (ଜେନ ଜୀ ) ଚାପରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ। ଏବେ ଓଡ଼ିଶାର ତ୍ରୁଟିପୂର୍ଣ୍ଣ ବହି ପାଇଁ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଜରୁରୀ ବୋଲି ଇପ୍ସିତା କହିଥିଲେ। ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ବାବୁ ଖାନ, କନ୍ଧମାଳ ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ସେଠୀ, ମହିଳା ସଭାନେତ୍ରୀ ପୁନମ କହଁର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ ମିଶ୍ର ପ୍ରମୁଖ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ। ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ କେନ୍ଦ୍ରର ଶିକ୍ଷା ଦୁର୍ନୀତି ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ବହି ଛପାଇବା ସରକାରଙ୍କ ଏକ ମସ୍ତବଡ଼ ଭୁଲ୍। ବହି ଛପାଇବାରେ କୋଟି କୋଟି ଟଙ୍କା ପାଣିରେ ପଡିଲା। କେବଳ ଅଫିସରଙ୍କୁ ଗିରଫ କରି ଦୋଷ ଦେଇ ସରକାର ଖସି ଯିବାକୁ ଚେଷ୍ଟା କରୁଛନ୍ତି। ସେ ମଧ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲେ। ତ୍ରୁଟିପୂର୍ଣ୍ଣ ବହି ଚ୍ଛପେଇବାରେ ସରକାର ସମ୍ପୂର୍ଣ ରୂପେ ଦାୟୀ ଓ ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଇସ୍ତଫା ଦେବା ଉଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ବିଜେପି ସରକାର ଜିତି ସରକାର କରିଥିଲେ ମଧ୍ୟ ବିଜେଡ଼ି ବିଜେପି ଦଳ ଠାରୁ ୧୮ ହଜାର ମାତ୍ର ଭୋଟ ଅଧିକ ପାଇଛି ବୋଲି ପଦ୍ମନାଭ ବେହେରା କହିଥିଲେ। ଦୁଇ ବର୍ଷ ଶାସନରେ ଲୋକେ ଅତିଷ୍ଠ ହେଲେଣି। ବାଲିଗୁଡାରେ ରାଜନୀତି ହୁଏ ନାହିଁ ବରଂ ବେପାର ନୀତି ହୁଏ। ବାଲିଗୁଡା ବିଧାୟକଙ୍କୁ ବିକ୍ରି କରିଦିଆଗଲା ରାଜ୍ୟ ସଭା ନିର୍ବାଚନରେ। ଆମ୍ବେଦକର କହିଥିଲେ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର। କିନ୍ତୁ ରାଜ୍ୟ ବିଜେପି ସରକାର ପିଲାଙ୍କୁ ମୂର୍ଖ କରିବାକୁ ଏଭଳି ତ୍ରୁଟିପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଜେପି କଥାକୁହା ସରକାର। ଭାଷଣ ବେଶୀ କାମ କମ। ବିଜୁ ବାବୁ ଓ ନବୀନ ବାବୁ କଥା କମ କିନ୍ତୁ କାମ ବେଶୀ କରି ଯାଇଛନ୍ତି। କନ୍ଧମାଳ ଦିନେ ବିଜେଡ଼ିର ଦୁର୍ଗ ଥିଲା। ଏବେ ସମୟ ଆସିଛି ସମସ୍ତେ ପୁଣି ଏକ ହୋଇ ଏହି ଦୁର୍ନୀତିପୂର୍ଣ ସରକାରଙ୍କୁ ହଟାଇବା ଓ କନ୍ଧମାଳର ବିଜେଡ଼ି ଦୁର୍ଗକୁ ପୁଣି ସୁଦୃଢ କରିବା ବୋଲି ପଦ୍ମନାଭ ବେହେରା କହିଥିଲେ। ପୂର୍ବତନ ରାଜ୍ୟ ସମବାୟ ନିଗମର ନିର୍ଦ୍ଶକ ସରୋଜ କର୍ଣ୍ଣ ବିଜେଡିର ୨୪ ବର୍ଷର ଶାସନ ବନାମ ବିଜେପିର ଦୁଇ ବର୍ଷର ଶାସନକୁ ଲୋକେ ପରଖିଲେଣି। ଲୋକେ ଦୁଇ ବର୍ଷ ଶାସନରେ ଅତିଷ୍ଠ ହେଲେଣି। ନବୀନ ପଟ୍ଟନାୟକ ନିଜସ୍ୱ ରାଜ୍ୟ ସରକାରଙ୍କ ପାଣ୍ଠିରେ କନ୍ଧମାଳ ମେଡିକାଲ କଲେଜ କରିଛନ୍ତି। କୌଣସି କେନ୍ଦ୍ରର ପାଣ୍ଠି ବିନିଯୋଗ ହୋଇନାହିଁ। କେବଳ ବିଜେପି ସରକାର ମେଡିକାଲ କଲେଜ ର ରଙ୍ଗ ବଦଳେଇଛି ବୋଲି ସମାଲୋଚନା କରିଥିଲେ। କନ୍ଧମାଳ ବିଜେଡ଼ି ସାଧାରଣ ସମ୍ପାଦକ, ସତ୍ୟ ନାରାୟଣ ବେହେରା ଓ ରାଧାମୋହନ ମହାପାତ୍ର ରାଲି ଓ ସଭାର ଆୟୋଜନ କରିଥିଲେ। ରାଜ୍ୟପାଳ ଓ ରାଷ୍ଟ୍ର ପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ କୁଶଳ ନାୟକଙ୍କୁ ପ୍ରଦାନ କରିଥିଲେ।
ଇପ୍ସିତା ସାହୁ, ସୁନୀଲ ସେଠି, ବାବୁ ଖାନ, ରାକେଶ ମିଶ୍ରଙ୍କ ସମେତ ବହୁ ଯୁବ ବିଜେଡ଼ି ନେତା ଯୋଗ ଦେଇଥିଲେ l ଶେଷରେ ଉତ୍ୟକ୍ତ ଯୁବ ଓ ଛାତ୍ର ନେତା ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l(HS)




