ଭୁବନେଶ୍ୱର, ୨୦ ଅଗଷ୍ଟ - ଭୁବନେଶ୍ୱରରେ ଅନଲାଇନ ଗାଡି ଚାଳକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଅତିରିକ୍ତ ପରିବହନ କମିଶନର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ଅନେକ ଗାଡି ଜବତ କରାଯିବା ସହ ମୋଟରଯାନ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇନ୍ସ୍ୟୁରାନ୍ସ, ପରମିଟ ନଥିବା ଗାଡିକୁ ନୋଟିସ କରାଯାଉଛି। ୪୦୦ ଗାଡ଼ି ଚାଳକଙ୍କ ସହ ମାଲିକଙ୍କୁ ନୋଟିସ୍ ହେବ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ୨୦୨୩ରୁ ଏଗ୍ରିଗେଟର ପଲିସି ଲାଗୁ ହୋଇଛି। ଧାର୍ଯ୍ୟ ମୂଲ୍ୟଠୁ ଅଧିକ ଭଡ଼ା ଯାତ୍ରୀଙ୍କ ଠାରୁ କମ୍ପାନୀ ନେଇପାରିବେନି। ୨୦୦୮ରୁ ସରକାରଙ୍କ ସ୍ଥିରୀକୃତ ଭଡା ଧାର୍ଯ୍ୟ ରହିଥିଲା
ସୋମବାର ଧାର୍ଯ୍ୟ ମୂଲ୍ୟ ଉପରେ ପୁନଃ ନିର୍ଦ୍ଧାରଣ ହୋଇଥାନ୍ତା ପୂର୍ବରୁ ଏଭଳି ବିଶୃଙ୍ଖଳା ପରିସ୍ଥିତି ଉପୁଜାଇଛନ୍ତି ଅଟୋ ଚାଳକ। ରାଜଧାନୀରେ ୨୫ ହଜାର ଅଟୋ ଚଳାଚଳ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଅଫଲାଇନରେ ୧୫ ହଜାର ଓ ୧୦ ହଜାର ଅନଲାଇନ ପାଇଁ ପଞ୍ଜୀକୃତ ଅଛନ୍ତି। ୧୦ ହଜାର ଟ୍ୟାକ୍ସି ପଞ୍ଜୀକୃତ, ୬୦୦ ବାଇକ ଅନଲାଇନ ପ୍ଲାଟଫର୍ମରେ ଚାଲିଛି। ବେଆଇନ ଭାବରେ ୪ ହଜାର ବାଇକ ଅନଲାଇନ ପ୍ଲାଟଫର୍ମରେ ଚାଲୁଛି।




