କଟକ, ୯ ଜୁଲାଇ - ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରେ ହାଇ ଆଲର୍ଟ ଜାରି ହୋଇଛି । ମହାନଦୀକୁ ଓହ୍ଲାଇବାକୁ ଲୋକଙ୍କୁ ବାରଣ କରାଯାଇଛି ।
ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ପୂର୍ବରୁ କଟକରେa ହାଇ ଆଲର୍ଟ ଜାରି କରାଯାଇଛି । ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ଏହାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ସତର୍କତା ବଢ଼ାଇଛି କଟକ ଜିଲ୍ଲା ପ୍ରଶାସନ । ନଦୀରେ ଜଳସ୍ତର ହଠାତ୍ ବୃଦ୍ଧି, ତଳିଆ ଅଂଚଳରେ ଜଳବନ୍ଦୀ ସ୍ଥିତି ଏବଂ ବନ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା-୩୪ ବଳରେ ଜିଲ୍ଲାପାଳ କଡ଼ା ପ୍ରତିବନ୍ଧକମୂଳକ ଆଦେଶ ଜାରି କରିଛନ୍ତି । ମହାନଦୀକୁ ଓହ୍ଲାଇବା ମନା, ସେଲ୍ଫି, ଭିଡିଓ ସୁଟିଂରେ କଟକଣା, ବାଲିଘାଟ ବନ୍ଦ ଆଦି କଟକଣା ଜାରି କରାଯାଇଛି । ଏପରିକି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପୋଲିସ ପାଟ୍ରୋଲିଂ ଟିମ୍ କୁ ନିର୍ଦ୍ଦେଶ ଦିଆଯାଇଛି ।






