ଭୁବନେଶ୍ୱର, 12 ଜୁଲାଇ - ଦଳୀୟ ପ୍ରଚାରରୁ ଉପମୁଖ୍ୟମନ୍ତ୍ରୀଙ୍କୁ କ୍ଷାନ୍ତ ରହିବାକୁ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ, ସରକାର ଯେବେ ବଦଳେ, ଇତିହାସ ବଦଳେନି। ରାଜ୍ୟ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ସରକାରଙ୍କ। ବିଜେପି ସରକାର ଭାବୁଛି ରାଜ୍ୟ ସମ୍ପତ୍ତି ତାଙ୍କର। ମିଶନ ଶକ୍ତି ଜରିଆରେ 70 ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ବିଭାଗରୁ ତାଙ୍କ ନାଁ ହଟାଇବା ଷଡଯନ୍ତ୍ରରୁ ଉପମୁଖ୍ୟମନ୍ତ୍ରୀ ନିବୃତ ରୁହନ୍ତୁ। ଫଟୋ ହଟାଇ ଦେଲେ ମାଆମାନଙ୍କ ହୃଦୟରୁ ନବୀନ ପଟ୍ଟନାୟକଙ୍କୁ ହଟାଇ ପାରିବେ ନାହିଁ। ଏହି ଚକ୍ରାନ୍ତ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ? ଇତିହାସ ଓ ପରମ୍ପରା ରକ୍ଷା କରନ୍ତୁ। ମହିଳାମାନଙ୍କୁ ଅଧିକ ସୁଯୋଗ ଦିଅନ୍ତୁ ସରକାର।
ନୂଆ ଇତିହାସ ସୃଷ୍ଟି କରିବାର କ୍ଷମତା ତ ନାହିଁ । କେବଳ ରଙ୍ଗ ଓ ନାଁ ବଦଳାଇବା ହିଁ ବିଜେପି ଜାଣିଛି। ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ଅଛି। ବିଜେପି ସରକାର ଏହାକୁ ସ୍ୱୀକାର କରୁ। ଲୋକ ତାଙ୍କୁ ଝୁରୁଛନ୍ତି। ନବୀନଙ୍କୁ ବିଜେପିର ଏତେ ଡର କାହିଁକି? ଲୋକ ବିଜେପିକୁ ଗାଦିଚ୍ୟୁତ କରିବାକୁ ପ୍ରସ୍ତୁତ ହେଲେଣି। ଉପ ମୁଖ୍ୟମନ୍ତ୍ରୀଙ୍କ ଛେଳି ସହିତ ଫଟୋ ଦେଖା ଯାଉଛି। ମାଆ ମାନଙ୍କୁ ଘର କୋଣକୁ ଠେଲିବାକୁ ବିଜେପି ଚାହୁଁଛି। ଦଳୀୟ ପ୍ରଚାରରୁ କ୍ଷାନ୍ତ ରୁହନ୍ତୁ ଉପ ମୁଖ୍ୟମନ୍ତ୍ରୀ ।






