ଜୟପୁର, ୨୪ ଅଗଷ୍ଟ :- ଜୟପୁର ଠାରେ ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଜିଲା ସଭାପତି ରୁପକ ତୁରୁକଙ୍କ ଆହ୍ୱାନରେ ଅନୁଷ୍ଠିତ ବୈଠକରେ ବିରୋଧି ଦଳର ନେତା ରାମ କାଡାମ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ କଳା ଆଇନ ଏମଏମଡିଆର ବିଲକୁ ପ୍ରତ୍ୟାହାର କରିବା ନେଇ ଦାବି କରିଥିଲେ ।
ଏହି କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ଦେବେନ୍ଦ୍ର ବାହିନିପତି, ସୂର୍ଯ୍ୟ ପଟ୍ଟନାୟକଙ୍କ ସହ ଜିଲାର ବ୍ଲକ ସଭାପତି, ବିଭିନ୍ନ ସେଲର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଆଇନ ଦ୍ୱାରା ଆଦିବାସୀ ଙ୍କ ଅଧିକାରକୁ ଛଡାଇ ନେବାକୁ ଦିଆଯିବନି । ଏହି ଆଇନ ଦ୍ୱାରା ଆଦିବାସୀଙ୍କ ସ୍ୱାର୍ଥ କ୍ଷୁଣ୍ଣ ହେବ ଆଦାନି ଓ ଆମ୍ବାନିକୁ ଖଣିଜ ସମ୍ପଦ ଦେବାକୁ ପାଇ ଏହି ରୁଲ ଆଣିଛନ୍ତି । ତେଣୁ ଏହାକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ । ଆଗାମି ଦିନରେ କଂଗ୍ରେସ ଲଢେଇ କରିବ । ଏହି ଆଇନ ଦ୍ୱାରା ଓଡିଶା କ୍ଷତିଗ୍ରସ୍ତ ହେବ । ପ୍ରତି ବର୍ଷ ୪୦ ରୁ ୫୦ ହଜାର କୋଟି ଉଦ୍ଧ ଟଙ୍କା କ୍ଷତି ସହିତ । ଓଡିଶାରେ ବିକାଶରେ ବାଧା ସୃଷ୍ଟି ହେବ । ତେଣୁ ରାଜ୍ୟପାଳ ସ୍ୱତନ୍ତ୍ର ଅଧିବେଶନ ଡକାନ୍ତୁ ବୋଲି ବିରୋଧି ଦଳ ନେତା କାଡାମ ଦାବି କରିଛନ୍ତି । ଏହି ଆଇନକୁ କଂଗ୍ରେସ ଦଳ ବିରୋଧ କରିଛି । ସ୍ୱତନ୍ତ୍ର ଅଧିବେଶନ ନଡକାଇଲେ ଖଣି ଖନନ ବନ୍ଦ କରିବା ସହ ରାସ୍ତା ଘାଟରେ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରିବ । ଯେଉଁଠାରେ ଖଣି ଅଛି ସେଠାରେ ଆଦବାସୀ ଅଛନ୍ତି । ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଅଧିକାରି କ୍ଷୁଣ୍ଣ କଲେ କଂଗ୍ରେସ ତାହାକୁ ବରଦାସ୍ତ କରିବ ନାହିଁ । ନୂଆ ଆଇନରେ ଆଦିବାସୀଙ୍କୁ ଶୋଷିବେ କର୍ପୋରେଟଙ୍କୁ ତୋଷିବାକୁ ଏହି ନିୟମ ଆଣିଥିବା ବିଧାୟକ ବାହିନିପତିି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ର ୯ ଜଣ ବିଚାରପତି ଗତ ୨୦୨୪ ରେ ଆଦିବାସୀଙ୍କ ଜଳ, ଜମି ଜଙ୍ଗଲକୁ ସୁରକ୍ଷା ଦେବାକୁ କହିଥିବା ବେଳେ ତାହାକୁ ମଧ୍ୟ ଉଛେଦ କରିଛନ୍ତି । ଖଣି ଉତ୍ତୋଳନ ଚାଲିଥିବାରୁ ତାହାକୁ ବନ୍ଦ କରାଯିବ ବାହାରକୁ ପଠାଇ ଦିଆଯିବ ନାହିଁ ବୋଲି ବିଧାୟକ ବାହିନିପତି ଚେତାବନୀ ଦେଇଛନ୍ତି ।




