ଖୋର୍ଦ୍ଧା, ୨୪ ଅଗଷ୍ଟ - ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା, ଉନ୍ନତ ଶିକ୍ଷା ପରିବେଶ ଏବଂ ଛାତ୍ର ସଂସଦ ନିର୍ବାଚନକୁ ତୁରନ୍ତ ଆରମ୍ଭ କରିବା ଦାବିରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଖୋର୍ଦ୍ଧା ଶାଖା ତରଫରୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପିଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ମୁଖ୍ୟତଃ ନିମ୍ନଲିଖିତ ଦାବିଗୁଡ଼ିକୁ ହେଲା:ଛାତ୍ର ସଂସଦ ନିର୍ବାଚନ ଆରମ୍ଭ: ଗଣତାନ୍ତ୍ରିକ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ବାଛିବା ପାଇଁ ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ ଆରମ୍ଭ କରାଯାଉ। ପରିଚାଳନା କମିଟିର ପୁନର୍ଗଠନ: ସ୍ୱଚ୍ଛ ଓ ଉତମ ପ୍ରଶାସନିକ ବ୍ୟବସ୍ଥା ପାଇଁ କଲେଜର ପରିଚାଳନା କମିଟିର ପୁନର୍ଗଠନ କରାଯାଉ। ସମ୍ପୂର୍ଣ୍ଣ ସ୍ୱୟଂଶାସିତ ମାନ୍ୟତା: ପିଏନ୍ କଲେଜକୁ ଏକ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ମାନ୍ୟତା ପ୍ରଦାନ କରାଯାଉ। ବାଳକ ଛାତ୍ରାବାସର ଉନ୍ନତୀକରଣ: ବାଳକ ଛାତ୍ରାବାସରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବା ସହ ଏହାର ଭିତିଭୂମିର ବିକାଶ କରାଯାଉ। ବର୍ତମାନର ଛାତ୍ରାବାସରେ ଉପଯୁକ୍ତ ପାଠପଢ଼ା ପରିବେଶ ଏବଂ ସୁରକ୍ଷାର ଘୋର ଅଭାବ ରହିଛି। କ୍ୟାମ୍ପସରେ ଏଟିଏମ୍ (ଏ ଟି ଏମ୍ ) ବ୍ୟବସ୍ଥା: ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ସୁବିଧା ପାଇଁ କଲେଜ ପରିସର ନିକଟରେ ଏକ ଏ ଟି ଏମ୍ ସ୍ଥାପନ କରାଯାଉ। ମୁଖ୍ୟ ଫାଟକର ମରାମତି: ମୁଖ୍ୟ ଫାଟକ ନିକଟରେ ଥିବା ବିପଜ୍ଜନକ ଲୁହା ଗ୍ରିଲ୍ କାରଣରୁ ଛାତ୍ରଛାତ୍ରୀଙ୍କ ଗୋଡ଼ ଫସି ଦୁର୍ଘଟଣା ଘଟୁଛି। ତେଣୁ ସେଠାରେ ତୁରନ୍ତ କଂକ୍ରିଟ୍ ଚଟାଣ ନିର୍ମାଣ କରାଯାଉ। ବ୍ୟବହାର ଉପଯୋଗୀ ଶୌଚାଳୟ: କଲେଜର ସମସ୍ତ ଶୌଚାଳୟର ମରାମତି ସହ ସେଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟବହାର ଉପଯୋଗୀ ଏବଂ ପରିଷ୍କାର ରଖାଯାଉ। ସୁସ୍ଥ କ୍ୟାମ୍ପସ୍ ପରିବେଶ: କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା, ବୃକ୍ଷରୋପଣ ତଥା ବଗିଚା ମାଧ୍ୟମରେ ଏକ ସକାରାତ୍ମକ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରାଯାଉ। ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ସମ୍ପୂର୍ଣ୍ଣ: ଦୀର୍ଘ ଦିନରୁ ପଡିରହିଥିବା ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରାଯାଇ ଶୀଘ୍ର ଶେଷ କରାଯାଉ। ସେମିନାର୍ ଫି’ ଆଦାୟରେ ସ୍ୱଚ୍ଛତା: ସେମିନାର୍ ବାବଦକୁ ଆଦାୟ କରାଯାଉଥିବା ଅର୍ଥ କେବଳ ବୈଧ ରସିଦ ମାଧ୍ୟମରେ ହିଁ ସଂଗ୍ରହ କରାଯାଉ। ଏପରିକି ଉପସ୍ଥାପନ କରାଯାଇଛି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଏବଂ କଲେଜ ପ୍ରଶାସନ ତୁରନ୍ତ ଏହି ଦାବିଗୁଡ଼ିକ ଉପରେ ପଦକ୍ଷେପ ନେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ଖୋର୍ଦ୍ଧା ତରଫରୁ ଦାବି କରାଯାଇଛି। ଦାବିପତ୍ର ଦାଖଲ ପୂର୍ବରୁ ସ୍ୱାକ୍ଷର ଅଭିଯାନ କରାଯାଇଥିଲା ଏହି ଅଭିଯାନ ରେ ୫୦୦ ଜଣ ରୁ ଅଧିକ ଛାତ୍ର ଛାତ୍ରୀ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏବିଭିପି ଖୋରଧା ଜିଲ୍ଲା ସଂଯୋଜକ ଦଧିବାମନ ଦାସ ମିଡିଆ ସଂଯୋଜକ ମାନସ ସାହୁ, ସିଡିଡି ସଂଯୋଜକ ସୁପ୍ରକାଶ ବେହେରା, ଖେଳ ପ୍ରମୁଖ ସଞ୍ଜୟ ନାୟକ, ରାଜେଶ ପ୍ରଧାନ, ଜିଲ୍ଲା ଛାତ୍ରୀ ପ୍ରମୁଖ ପ୍ରଜ୍ଞା ପାରମିତା ପରିଡ଼ା, ସୁଷମ ବେହେରା ଏବଂ ପ୍ରଦୀପ ବେହେରା, ତୁଳସୀ ବେହେରା ଭଳି ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।




