ପୁରୀ- ରଥଯାତ୍ରା-୨୦୨୬ ଶେଷ ସମନ୍ୱୟ ସଭାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଉଥିବା ବେଳେ ତାଙ୍କୁ କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ ପୁରୀ ସଦର ବ୍ଲକ ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ, ଅବିନାଶ ମିଶ୍ର, ରଜତ କୁମାର ସାହୁ ଏବଂ ବିଶ୍ବରଂଜନ ମହାପାତ୍ର ନଗର କଂଗ୍ରେସ ସଭାପତି, ଆଦର୍ଶ ମିଶ୍ର, ରାଜକିଶୋର ସ୍ବାଇଁ, ଜିତୁ ଦାସ, ପିଣ୍ଟୁ ସାହୁ, ଦିପକ ବେହେରା କଳାପତାକା ପ୍ରଦର୍ଶନ କରି ପୁରୀ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ।
ପାଠ୍ୟପୁସ୍ତକରେ ତୃଟି, ଏ ପର୍ଯ୍ୟନ୍ତ ସଠିକ ପାଠ୍ୟପୁସ୍ତକ ବିତରଣ ନ କରିବା ତଥା ପୁରୀ ଲୋକଙ୍କ ସରଳ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ତତ୍ ସହିତ ରାମ ମନ୍ଦିର ଓ ବଦ୍ରିନାଥ ମନ୍ଦିରରୁ ଭକ୍ତଙ୍କ ଦାନ ଅର୍ଥ ଚୋରି କରିବା ବିରୁଦ୍ଧରେ ଏବଂ ଅଦିନିଆ ରଥଯାତ୍ରା କରୁଥିବା ଇସ୍କନକୁ ରଥଯାତ୍ରାରେ ବହୁ ମାତ୍ରାରେ କର୍ଡନ ପାସ ବାଣ୍ଟିବା ତଥା ମହାପ୍ରସାଦ କହି ଲୋକଙ୍କୁ ଖାଦ୍ୟ ବାଣ୍ଟିବାକୁ ଅନୁମତି ଦେବା ତଥା ପୁରୀ ସାହି ଗଳିକନ୍ଦିରୁ ନଳା ସଫା ନକରିବା, ରାସ୍ତା ସଠିକ ଭାବେ କାମ ନ କରିବା, ଅହେତୁକ ବିଦ୍ୟୁତ କାଟ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ତଥା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ବିଭାଗ ନଥିବା ଆଦି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତଥା ରାଜନୈତିକ ଦଳ ଦ୍ବାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଭ୍ରୁକ୍ଷେପ ନକରିବା ତଥା ସରକାରଙ୍କ ଖାମଖିଆଲି ମନୋଭାବ ପାଇଁ କଂଗ୍ରେସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ଏବଂ ଆଗାମୀ ଦିନରେ ପୁରୀରେ କୌଣସି ନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ରାମଚନ୍ଦ୍ର ସାହୁ ଚେତାବନୀ ଦେଇଛନ୍ତି ।
ଗିରଫ କଂଗ୍ରେସ ନେତା ମାନଙ୍କୁ ସାକ୍ଷାତ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ର, ସୁଜିତ ମହାପାତ୍ର, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ଜିବେଶ ଚନ୍ଦ୍ର ରଥ ପ୍ରମୁଖ ଏକ ଟିମ୍ ରିଜର୍ଭ ପୋଲିସ ଲାଇନ ପରିଦର୍ଶନ କରିଥିଲେ ।






