ତାଳଚେର ନିର୍ବାଚନ ମଣ୍ଡଳୀ ବିଭିନ୍ନ ମଣ୍ଡଳ ସ୍ତରରେ ସବୁ ଜାଗାରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଜନ୍ମଦିନ ପାଳନ ହେଇଯାଇଛି। ତାଳଚେର ବିଜେପି ତରଫରୁ ତାଙ୍କ ଜନ୍ମଦିନରେ ତାଙ୍କର ଉତ୍ତରତର କାମନା କରି ମନ୍ଦିରରେ ପ୍ରଦୀପ ପ୍ରଯ୍ୟଳନ କରିଛନ୍ତି ଓ ପରିବେଶକୁ ସନ୍ତୁଳନ ରଖିବା ପାଇଁ ସବୁ ଜାଗାରେ ବୃକ୍ଷ ରୋପଣ କରିଛନ୍ତି। ଅନାଥ ଆଶ୍ରମ ଯାଇ ଛୋଟ ପିଲାଙ୍କୁ ଫଳ ବଣ୍ଟନ କରାଯାଇଛି। ତାଳଚେର ବିଜେପି ପରିବାର ତରଫରୁ ରାଜ୍ୟ ସମ୍ପାଦକ ଓ ଉପନ୍ୟାସିକ କାଳନ୍ଦୀ ସାମଲଙ୍କ ୫୩ ତମ ଜନ୍ମଦିନକୁ ବହୁ ଧୁମ ଧାମରେ ପାଳନ କରିଛନ୍ତି ଓ ମତ ପ୍ରକାଶ କରିଛନ୍ତି ଆମେ ସମସ୍ତେ ନିଜ ନିଜ ଜନ୍ମଦିନରେ ବର୍ଷକୁ ଥରେ ହଉ ପଛେ ସମାଜରେ ରହୁଥିବା ଗରିବ ଲୋକଙ୍କୁ ସେବା କରିବା ସହ ପରିବେଶ ପାଇଁ ଗଛଟିଏ ନିହାତି ଲାଗେଇବା ଦରକାର ଯାହା ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହେଇପରିବ।ଶ୍ରୀ ସାମଲ ତାଙ୍କ ଜନ୍ମ ଦିନରେ ନିଜେ ଉପସ୍ଥିତ ନଥିଲେ ମଧ୍ୟ ତାଳଚେର ଅଗଣିତ ତାଙ୍କୁ ଭଲ ପାଉଥିବା କାର୍ଯ୍ୟକର୍ତ୍ତା ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରିଛନ୍ତି।






