ନୂଆଦିଲ୍ଲୀ, ୨୫ ଅଗଷ୍ଟ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଦେଶର ଜନସାଧାରଣ, ବିଶେଷ କରି ଭାରତ ତଥା ବିଦେଶରେ ରହୁଥିବା କେରଳବାସୀଙ୍କୁ ଓଣମ୍ ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିବ ବୋଲି ସେ କାମନା କରିଥିଲେ।
ରାଷ୍ଟ୍ରପତି ତାଙ୍କ ବାର୍ତାରେ କହିଛନ୍ତି ଯେ ଓଣମ୍ ହେଉଛି ଏକ ନୂତନ ଫସଲର ଆଗମନରେ ପ୍ରକୃତି ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ଏକ ଅବସର। ଏହି ପର୍ବ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଭାଇଚାରାର ପ୍ରତୀକ ଏବଂ ବିବିଧତା ମଧ୍ୟରେ ଏକତାର ଭାବନାକୁ ସୁଦୃଢ଼ କରିଥାଏ।
ସେ କହିଥିଲେ ଯେ ଏହି ଅବସରରେ ନୌକା ଦୌଡ଼, ଲୋକନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳା ଓ କ୍ରୀଡ଼ାର ବିଶେଷ ଗୁରୁତ୍ୱ ରହିଛି। ସେଗୁଡ଼ିକ କେରଳର ସଂସ୍କୃତି ଏବଂ ଜୀବନ-ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ରାଷ୍ଟ୍ରପତି କହିଲେ ଯେ ସେ ପ୍ରାର୍ଥନା କରନ୍ତି ଯେ ଏହି ପବିତ୍ର ଓଣମ୍ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିବ ଏବଂ ଦେଶବାସୀଙ୍କୁ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବାକୁ ପ୍ରେରଣା ଦେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


