ନୂଆଦିଲ୍ଲୀ, ୨୨ ଅଗଷ୍ଟ :- ବିଦେଶ ମନ୍ତ୍ରୀ ଡ. ଏସ. ଜୟଶଙ୍କର ୨୩ ଏବଂ ୨୪ ଅଗଷ୍ଟରେ ରୁଷର ସରକାରୀ ଗସ୍ତରେ ଯିବେ। ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭଙ୍କ ନିମନ୍ତ୍ରଣରେ ହେଉଥିବା ଏହି ଗସ୍ତ ସମୟରେ ଜୟଶଙ୍କର ଭାରତ-ରୁଷ ଆନ୍ତଃସରକାରୀ ଆୟୋଗ (ଆଇଆରଆଇଜିସି-ଟିଇସି)ର ୨୭ତମ ଅଧିବେଶନର ସହ-ଅଧ୍ୟକ୍ଷତା କରିବେ।
ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ଆଇଆରଆଇଜିସି-ଟିଇସିର ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଆର୍ôଥକ, ବୈଜ୍ଞାନିକ, ବୈଷୟିକ ଏବଂ ସାଂସ୍କୃତିକ ସହଯୋଗ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଗସ୍ତ ସମୟରେ ବିଦେଶ ମନ୍ତ୍ରୀ ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଉଭୟ ନେତା ଆଂଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ।
National



