ଜୟପୁର ଟେଂଟ ହାଉସ ମାଲିକ ଏ. ରାମୁ, ଏସ୍. ରାଜୀବ କୁମାର ଓ ସଦସ୍ୟମାନଙ୍କ ମିଳିତ ଆନୁକୂଲ୍ୟରେ ବେଲ ରୋଡ଼ ସ୍ଥିତ ଟେଂଟ ହାଉସ ପରିସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଡାକ୍ତର ସୁଜିତ କୁମାର ମିଶ୍ର ଉପସ୍ଥିତ ରହି ୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଚିକିତ୍ସା କରିଥିଲେ। ସମାଜସେବା ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ସାନା ଶ୍ରୀନୁ, ବି. ଚନ୍ଦୁ ସନ୍ତୋଷ ପଟ୍ଟନାୟକ ଓ ସ୍ଥାନୀୟ ଅଂଚଳର ଶତାଧିକ ମାଗଣା ସ୍ୱାସ୍ଥ୍ୟ ସେବାର ସୁଯୋଗ ନେଇଥିଲେ। ଶୁଭମ କେଟରିଂ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା।
Regional




