ଗଞ୍ଜାମ ଶେରଗଡ ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସିଡ଼ିପିଓ ମମତାଞ୍ଜଳି ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ଡେପୁଟି କଲେକ୍ଟର ସୁଦାମ କୁମାର ସ୍ଵାଇଁ, ଡି.ନାଗରାଜ ପିଓକମପିଓ, ସାଇବର ସିକ୍ଯୁରିଟ ଏଏସଆଇ କିରଣ ଚନ୍ଦ୍ର ପାତ୍ର, ଡାକ ବିଭାଗ ଅଧ୍ଧକ୍ଷ ଡି.କେ. ବେହେରା ମଞ୍ଚାସୀନ ହୋଇ ଉଦ୍ ଵୋଧନ ଦେଇଥିଲେ। ଶେରଗଡ଼ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର କୁସୁକନ୍ଯାରେ ପରିଣତ କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହାସହ କାର୍ଯ୍ଯକ୍ରମରେ ସାଇବର ସୁରକ୍ଷା ଓ ସାଇବର ବୁଲିଂ ବିଷୟ ଆଲୋକପାତ କରାଯାଇଥିଲା। ସାଇବର ସୁରକ୍ଷା ପାଇଁ ମୁଖ୍ୟ ବିଷୟଥିଲା
ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର ଓ ଦୁଇ ସ୍ତରୀୟ ପ୍ରମାଣୀକରଣ, ଫିସିଂ ଲିଙ୍କ ଓ ନକଲି ମେସେଜରୁ ସତର୍କତା, ଅପରିଚିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ତଥ୍ୟ ନ ଦେବା, ସାମାଜିକ ଗଣମାଧ୍ୟମରେ ଗୋପନୀୟତା ସେଟିଂ ଠିକ ରଖିବା, ବ୍ୟାଙ୍କ ଓ ଫୋନ ପେ ଠକେଇରୁ ବଞ୍ଚିବା, ଅଚିହ୍ନା ଆପ ଓ ଲିଙ୍କ ଡାଉନଲୋଡ ନ କରିବା, ପିଲାଙ୍କ ଅନଲାଇନ ଗେମ ଓ ଇଣ୍ଟରନେଟ ବ୍ୟବହାର ଉପରେ ନଜର ରଖିବା। ଏଥିସହ ସାଇବର ବୁଲିଂ କ'ଣ, ଅନଲାଇନରେ ଗାଳି, ଧମକ ଓ ଅପମାନ, ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ ଧମକ, ନକଲି ଏକାଉଣ୍ଟ କରି ବଦନାମ କରିବା, ପୀଡିତଙ୍କ ଉପରେ ମାନସିକ ପ୍ରଭାବ, ପ୍ରମାଣ ସଂଗ୍ରହ କରି ରଖିବା, ସ୍କ୍ରିନସଟ ରଖିବା, ଏକ ଶହ ତେୟାନବେ ଶୂନ୍ୟରେ ଅଭିଯୋଗ କରିବା ଓ ଥାନାରେ ଜଣାଇବା, ପିଲାଙ୍କୁ ସଚେତନ କରିବା ଓ ପରିବାରର ସହଯୋଗ ସମ୍ପର୍କରେ ସଚେତନ କରାଥିଲା। ଏଥିରେ ବ୍ଳକ ର ଅଙ୍ଗନବାଡି କର୍ମୀ, ପରିଦର୍ଶକା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରକର୍ମୀଓ ସ୍ଥାନୀୟ ବହୁ ଭଦ୍ରବ୍ୟକ୍ତି ଓଭଦ୍ର ମହିଳା ଉପସ୍ଥିତ ଥିଲେ।




