ବଲାଙ୍ଗିର- ଶନିବାର ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ କୁରେଭନା କ୍ଲଷ୍ଟରରେ ଚଳିତ ଶିକ୍ଷାବର୍ଷର ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚାରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁରେଭନା କ୍ଲଷ୍ଟରର ପ୍ରତି ବିଦ୍ୟାଳୟରୁ ଦୁଇ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। କ୍ଲଷ୍ଟର ସି ଆର୍ ସି ସି ପ୍ରଭାକର ମହାପାତ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବୈଠକ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ପ୍ରଭାକର ମହାପାତ୍ର ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନ ଦିବା ୧୦ଟା ରୁ ୪ଟା ପର୍ଯ୍ୟନ୍ତ ଚାରୋଟି କଲାଂଶରେ ଶୈକ୍ଷିକ ସମ୍ବଳ, ଯାଦୁ ପେଡ଼ିର ବ୍ୟବହାର, ନୂତନ ସମୟ ସାରଣୀ, ନୂତନ ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣର ପଦ୍ଧତି, ଗେଲେରୀ ଓକ୍ ଓ ଅନ୍ୟାନ୍ୟ ଜିଲ୍ଲା ଭିତ୍ତିକ ବିଷୟ ଗୁଡିକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଜିଲ୍ଳା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ,ବଲାଙ୍ଗିର ର ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ଆରତୀ ସାହୁ ବୈଠକ ରେ ଉପସ୍ଥିତ ରହି ବିଭିନ୍ନ ଶିକ୍ଷଣ ସାମଗ୍ରୀ ର ଉଚିତ୍ ବ୍ୟବହାର ତଥା ମୋଡୟୁଲରେ ପ୍ରଦତ୍ତ ସମସ୍ତ ତଥ୍ୟକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୀର୍ଘ ସମୟ ଧରି ଆଲୋକପାତ କରିଥିଲେ । ଉଦ୍ଘାଟନ ସମାରୋହରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ପଟେଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତା ପିପଲ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ସାଏ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।






