ଗଞ୍ଜାମ, ୨୪ ଅଗଷ୍ଟ (ହି.ସ.)- ଓଡ଼ିଶାର ଅତିପ୍ରିୟ ପ୍ରଖ୍ୟାତ ଗାୟକ ତଥା କଣ୍ଠଶିଳ୍ପୀ ପ୍ରଣବ କୁମାର ପଟନାୟକଙ୍କ ଦେହାନ୍ତ ସମସ୍ତ ଓଡ଼ିଆ ସଂଗୀତ ତଥା କଳାପ୍ରେମୀଙ୍କ ପାଇଁ ଏକ ଗଭୀର ଦୁଃଖଦ ଖବର | ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଏହି ମହାନ କଳାକାରଙ୍କ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନି ସେଲିବ୍ରେସନରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ହୋଇଥିଲା | ଏଥିରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର, ସମ୍ପାଦକ ମହମଦ ଆସଲାମ, ଉପସଭାପତି ମହେନ୍ଦ୍ର ନାଥ ସାହୁ ଓ ହର ମୋହନ ପାଣିଗ୍ରାହୀ, କୋଷାଧକ୍ଷ ସୁନୀଳ କୁମାର ସାହୁ,ଡ଼ କୈଳାସ ଚନ୍ଦ୍ର ତ୍ରିପାଠୀ, ଇସ୍ମାଇଲ ଖାନ, ସୁବାସ ଚନ୍ଦ୍ର ପଟନାୟକ, ସଞ୍ଜୟ ଅଚାରୀ, ଡାକ୍ତର ରାମହରୀ ଖଣ୍ଡୁଆଳ, ଶ୍ରୀମତୀ ଜୟନ୍ତୀ ପାତ୍ର, ଶ୍ରୀମତୀ ପଦ୍ମିନୀ ମିଶ୍ର, କେଶବ ଚନ୍ଦ୍ର ସାହୁ, ମିଳନ କୁମାର ସାହୁ, ଚିନ୍ମୟ ପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଣବ ପଟନାୟକଙ୍କ ଓଡ଼ିଆ ସିନେମା ଓ ସଂଗୀତଜଗତରେ ତାଙ୍କର ଅବଦାନ ଓ ସ୍ୱତନ୍ତ୍ର ସଂଗୀତ ପରିବେଷଣ ବିଷୟରେ ସ୍ମୃତି ଚାରଣ କରିବା ସହ ତାଙ୍କର ବିଭିନ୍ନ କାଳଜୟୀ ଗୀତ ଗାୟନ କରିଥିଲେ |
ପ୍ରାରମ୍ଭରେ ତାଙ୍କ ଆମର ଆତ୍ମାର ସଦ୍ଗତି କାମନା କରି ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ଜାତୀୟ ସଂଗୀତ ଗାନ ପରେ ସଭା ସାଙ୍ଗ ହୋଇଥିଲା |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ





