- ପ୍ରସ୍ତାବ ହସ୍ତଗତ ହୋଇନି , ଯୋଜନା ଅଛି - ପରିବହନ ମନ୍ତ୍ରୀ
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଏହି ଭୁବନେଶ୍ୱର ବିମାନବନ୍ଦର ଲିଜ୍ ରେ ଦିଆଯିବା ନେଇ ପ୍ରସ୍ତାବ ଆମର ହସ୍ତଗତ ହୋଇନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ଯୋଜନା ଅଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଗାତିକ ବିମାନବନ୍ଦର ଲିଜ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ ଆହୁରି କହିଛନ୍ତି କେନ୍ଦ୍ର ସରକାର ଦେଶର ସବୁ ବିମାନବନ୍ଦରର ସାମଗ୍ରିକ ବିକାଶ ଚାହୁଁଛନ୍ତି। ଭୁବନେଶ୍ୱରରକୁ ହୁବଲି ସହ ଯୋଡ଼ା ଯିବା ନେଇ ତଥ୍ୟ ଆସୁଛି। ଆମର ବିମାନବନ୍ଦର ସବୁ କ୍ଷେତ୍ରରେ ଆଗରେ ଅଛି। କିନ୍ତୁ ଯାହା ବି ନିଷ୍ପତି ହେବ ଓଡ଼ିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ନିଆଯିବ।ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
Regional





