ଜୟପୁର, ୨୩ ଅଗଷ୍ଟ (ହି.ସ.)- ପବିତ୍ର ଶାବର ଶ୍ରୀକ୍ଷେତ୍ର, କୋରାପୁଟ ଠାରେ ଆଜି ଦକ୍ଷିଣ-ପଶ୍ଚିମ କ୍ଷେତ୍ରୀୟ ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ, ସେବକ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ତଥା ସଭାପତି ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ l
ଏହି ବୈଠକରେ ଯୋଗଦେଇ ଶ୍ରୀଜଗନ୍ନାଥ ଚେତନାର ପ୍ରସାର, ଆମର ସମୃଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ତଥା ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା ହୋଇଥିଲା l ଶାବର ଶ୍ରୀକ୍ଷେତ୍ର କେବଳ କୋରାପୁଟ ନୁହେଁ, ସମଗ୍ର ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟର ଏକ ଗୌରବମୟ ପ୍ରତୀକ। ଏହାର ବିକାଶ, ପରମ୍ପରାର ସୁରକ୍ଷା ଓ ଶ୍ରୀଜଗନ୍ନାଥ ଚେତନାର ବ୍ୟାପକ ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ ଓ ସମନ୍ୱୟ ଆବଶ୍ୟକ।
Regional





