ଭୁବନେଶ୍ୱର, ୨୭ ଜୁନ । ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯିବା ଏବଂ ଭବିଷ୍ୟତରେ କୌଣସି ସରକାରୀ ଚାକିରି ପାଇଁ ଅଯୋଗ୍ୟ ଘୋଷଣା କରାଯିବା ପରେ ଚନ୍ଦ୍ରିକାଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ତାଙ୍କୁ କିଛିଟା ଆଶ୍ୱସ୍ତ କରିଛି । ତାଙ୍କ ମତରେ, ଭୀମସେନ ଟୁଡୁଙ୍କୁ ଫାଶୀ ଦଣ୍ଡ ମିଳିବା ପର୍ଯ୍ୟନ୍ତ ସେ ନ୍ୟାୟ ପାଇଥିବା ଅନୁଭବ କରିବେ ନାହିଁ।
ଚନ୍ଦ୍ରିକାଙ୍କ ମା’ କହିଛନ୍ତି ଯେ, ତାଙ୍କ ଝିଅଙ୍କୁ ଯେଭଳି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା, ସେଥିପାଇଁ ଅଭିଯୁକ୍ତ କଠୋରରୁ କଠୋର ଦଣ୍ଡ ପାଇବା ଉଚିତ। ଏଭଳି ଅପରାଧରେ ଫାଶୀ ଦଣ୍ଡ ଦିଆଗଲେ ଭବିଷ୍ୟତରେ ଏପରି ଅପରାଧ କରିବାକୁ ଅନ୍ୟମାନେ ଭୟ କରିବେ ଏବଂ ସମାଜକୁ ଏକ କଠୋର ବାର୍ତ୍ତା ଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ତାଙ୍କ ଝିଅ ଆଉ କେବେ ଫେରି ଆସିବେ ନାହିଁ। ତେଣୁ ନ୍ୟାୟ ପ୍ରତିଷ୍ଠା ପାଇଁ ଅଭିଯୁକ୍ତଙ୍କୁ ସର୍ବୋଚ୍ଚ ଦଣ୍ଡ ପ୍ରଦାନ କରାଯିବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ, ଭୀମସେନ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର
କରାଯାଇଛି ।





