ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ମାମଲା ନମ୍ବର ଚାରିଶହ ସତଚାଳିଶ ସମ୍ବନ୍ଧରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ତ୍ରିଲୋଚନ ପେଣ୍ଠ ବେହେରା(୪୫), ପିତା ସ୍ୱର୍ଗତ ଭାସ୍କର ପେଣ୍ଠ ବେହେରା। ତାଙ୍କ ଘର ଗଜପତି ନଗର, ପଞ୍ଚମ ଗଳିରେ।
ଅଭିଯୋଗକାରିଣୀ ବବିତା ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଗତ ୨୧ ତାରିଖ ରାତି ଆଠଟା ତିରିଶରେ ଅଭିଯୁକ୍ତ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ପୁଅ ଆଦିତ୍ୟ ମହାନ୍ତିଙ୍କୁ କାଠ ଢିଙ୍କି ମୂଷଳରେ ମାଡ଼ ମାରିଥିଲା। ସେ ଅଟକାଇବାକୁ ଗଲେ ତାଙ୍କୁ ମଧ୍ୟ ମାଡ଼ ଓ ଗାଳି କରିଥିଲା। ପୁଅର ମୁଣ୍ଡରେ ଆଘାତ ଲାଗିଛି। ଏ଼ହି ଘଟଣାରେ ବ୍ୟବହୃତ କାଠ ମୂଷଳ ପୁଲିସ ଜଵତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ଜାରି ରହିଛି।
Regional




