ଝାରସୁଗୁଡ଼ା, ୨୩ ଅଗଷ୍ଟ :- ଆଜିକାଲିର ପାରମ୍ପରିକ କଳାଗୁଡ଼ିକ ଆଧୁନିକ ବଜାରରେ ନୂଆ ରୂପପାଉଥିବା କାରିଗରମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଏକ ଗୁରୁତ୍ବପୂର୍ଣ ଦିଗ ହୋଇଛି। ଏହି ଆବଶ୍ୟକତାକୁ ଗୁରୁତ୍ବ ଦେଇ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଗ୍ରାମୀଣ ମହିଳା କାରିଗରଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସମୁଦାୟ ଜୀବିକାଭିତିକ ପ୍ରକଳ୍ପ ‘ବେଦକଳା’ ଅଧୀନରେ ତିନିଦିନିଆ ମିଡିୟମ୍ -ଡେନ୍ତି ଟି ଫାଇବରବୋର୍ଡ (ଏମଡିଏଫ) କ୍ରାଫ୍ଟ ଓ ସ୍କିଲ୍ ଡେଭଲପମେଣ୍ଟ କର୍ମଶାଳା ଆୟୋଜନ କରାଯାଇଥିଲା। ବେଦକଳା ଏକ୍ସପିରିଏନ୍ସ ସେଣ୍ଟରରେ ଫର୍ଷ ସୂତ୍ର ଫାଉଣ୍ଡେସନ, ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଏବଂ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ବିଭାଗର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୬୦ରୁ ଅଧିକ ମହିଳା କାରିଗରଙ୍କୁ ପାରମ୍ପରିକ ସଉରା କଳାରୁ ପ୍ରେରଣା ନେଇ ଆଧୁନିକ ଲାଇଫଷ୍ଟାଇଲ୍ ଓ ସ୍ମାରକୀ ସାମଗ୍ରୀ ତିଆରି କରିବାର ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଏମଡ଼ି ଏଫ ଅଳଙ୍କାର, ସାଜସଜ୍ଜାମୂଳକ ଫ୍ରିଜ୍ ମ୍ୟାଗ୍ନେଟ୍ ଓ କି-ରିଙ୍ଗ୍ ଭଳି ସାମଗ୍ରୀ ତିଆରି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଜୀବିକାର ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀ କାରିଗରମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ର କହିଛନ୍ତି, ଓଡ଼ିଶାର ସମୃଦ୍ଧ କଳା ପରମ୍ପରା । ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ହେବା ସହ ସମୁଦାୟଭିଭିକ ଆର୍ଥିକ ପ୍ରଗତି ପାଇଁ ଏକ ବଡ଼ ସୁଯୋଗ ରହିଛି। ’ପ୍ରକଳ୍ପ ‘ବେଦକଳା’ ଭଳି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ମହିଳାଙ୍କ ନେତୃତ୍ବାଧୀନ ଜୀବିକାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶାର ସମୃଦ୍ଧ କଳା, ଐତିହ୍ୟକୁ ସଂରକ୍ଷଣ କରୁଛି । ଏହି କାର୍ଯ୍ୟକ୍ରମ କମ୍ପାନୀର ବ୍ୟାପକ ସମୁଦାୟ ବିକାଶ ପ୍ରୟାସର ଏକ ଅଂଶ । ଏହି ପ୍ରୟାସଗୁଡ଼ିକ ମଧ୍ୟରେ ସ୍ଥାୟୀ ଜୀବିକା, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ଵାସ୍ଥ୍ୟସେବା, ଜଳ ଓ ପରିମଳ, ସମୁଦାୟ ଭିତିଭୂମି, ଜୈବବିବିଧତା ସଂରକ୍ଷଣ ଏବଂ ତୃଣମୂଳ ସ୍ତରର କ୍ରୀଡ଼ ଓ ସଂସ୍କୃତି ଭଳି କ୍ଷେତ୍ର ସାମିଲ ରହିଛି । ସରକାରୀ ଏଜେନ୍ସୀ, ସିଭିଲ୍ ସୋସାଇଟି ସଂଗଠନ ଏବଂ ସ୍ଥାନୀୟ ସମୁଦାୟର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଗୁଡ଼ିକ ରୂପାୟନ କରାଯାଉଛି । ଓଡ଼ିଶା ପ୍ରତି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତା ଏହାର ବ୍ୟବସାୟିକ କାର୍ଯ୍ୟକଳାପ ଠାରୁ ବହୁ ଦୂର ପର୍ଯ୍ୟନ୍ତ ରହିଛି । କେବଳ ଆର୍ଥିକ ବର୍ଷ ୨୬ରେ କମ୍ପାନୀର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ବିକାଶ କ୍ଷେତ୍ରରେ ୮ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମାବେଶୀ ବିକାଶ ଓ ସ୍ଥାୟୀ ସାମାଜିକ-ଆର୍ଥକ ଉନ୍ନତିରେ ବେଦାନ୍ତ ଆଲୁମିନିୟମ ନିରନ୍ତର ଅବଦାନ ଅତୁଳନୀୟ ଅଟେ ।




