ଜୟପୁର, ୧୮ ଅଗଷ୍ଟ(ହି.ସ.) – ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା' ଆନୁକୁଲ୍ୟରେ ନିଶା ନିବାରଣ ଶପଥ ପାଠ' ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା ସଭାର ଅଧ୍ୟକ୍ଷତା କରିବା ସହ ଛାତ୍ରୀଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ତତ୍ସହିତ ଅଧ୍ୟକ୍ଷ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସମେତ ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶା ନିବାରଣ ନିମନ୍ତେ ଶପଥ ପାଠ ପୂର୍ବକ କାର୍ଯକ୍ରମଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି
Regional



