ଭୁବନେଶ୍ୱର, 30 ଜୁନ୍- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ତଥା ଅଫିସ ପରିଟେଣ୍ଡେଷ୍ଟ ଧନୁର୍ଧର ବିଶ୍ୱାଳଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଭିମସାର, ବୁର୍ଲା (ଜିଲ୍ଲା-ସମ୍ବଲପୁର)ର ଏଷ୍ଟାବ୍ଲିସମେଣ୍ଟ ଅଫିସର ତଥା ଅଫିସ ସୁପରିଟେଣ୍ଡେଷ୍ଟ ଶ୍ରୀ ଧନୁର୍ଧର ବିଶ୍ୱାଳଙ୍କ ନାମରେ ଜଣାଶୁଣା ଆୟର ଉତ୍ସଠାରୁ ଅଧିକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି।
ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଓଡ଼ିଶା ଭିଜିଲାନ୍ସ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ।
ସମ୍ବଲପୁରର ଧନକଉଡ଼ାଠାରେ ଥିବା ଶ୍ରୀ ବିଶ୍ୱାଳଙ୍କ ଦୁଇ ମହଲା ବିଶିଷ୍ଟ ବାସଭବନ, ସମ୍ବଲପୁରର ଗୁଡ଼େସିଙ୍ଗାରେ ଥିବା ଏକ କୋଠାଘର, ଭିମସାର, ବୁର୍ଲାର ମେଡିକାଲ୍ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର, ଭିମସାର, ବୁର୍ଲାର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଶ୍ରୀ ଧନୁର୍ଧର ବିଶ୍ୱାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତଲାସି କାର୍ଯ୍ୟ ଜାରି ରହିଛି।





