ପୁରୀ, ୨୮ ଜୁନ୍ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଗଜାନନ (ହାତୀ)ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଏହି ଦିନ ୧୦୮ ଗଡୁ ଅଭିମନ୍ତ୍ରିତ ଅଧିବାସ ଜଳରେ ତିନି ଠାକୁର ସ୍ନାନ କରିବେ । ସ୍ନାନ ପରେ ଗଜାନନ ବେଶ ଅନୁଷ୍ଠିତ ହେବ ।
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଲାଗି ନିମନ୍ତେ ଗତକାଲି ରାତି ୧୦ଟା ୩୦ରୁ ଆଜି ଦିନ ୧ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲି ଠାକୁରଙ୍କ ପହଣ୍ଡି ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୀତିନିର୍ଘଂଟ ଅନୁଯାୟୀ, ସୋମବାର ଭୋର୍ ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ସୁଦ୍ଧା ଶେଷ ହେବ । ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳଲାଗି, ଅପରାହ୍ନ ୩ଟାରୁ ୩ଟା ୩୦ ଛେରାପହଁରା । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶରେ ସଜ୍ଜିତ କରାଯିବ । ସନ୍ଧ୍ୟା୭ଟାରୁ ରାତି ୯ଟା ୩୦ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହେବ । ଆଜି ସକାଳ ୭ଟା ୧୫ ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଗତକାଲି ରାତିରେ ଚାରମାଳ ବନ୍ଧା କାର୍ଯ୍ୟ ହେଉଥିବାରୁ ରାତ୍ର ପହୁଡ଼ ହୋଇନାହିଁ ।
ସ୍ନାନ ପୂର୍ଣ୍ଣିମା
ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚଳିତ
ବର୍ଷ ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଆଶା କରାଯାଉଛି । ଶ୍ରଦ୍ଧାଳୁଙ୍କ
ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରାଯାଇଛି । ଭକ୍ତମାନେ
କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ହାତୀ ବେଶ ଦର୍ଶନ ସାରି
ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ବ୍ୟବସ୍ଥା କରାଯାଇଛି । ସେହିପରି ଟିକେଟଧାରୀ
ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ । କେନ୍ଦ୍ରାଚଂଳ ଆଇଜି ସତ୍ୟଜିତ
ନାୟକ ଓ ପୁରୀ ଏସପି ପ୍ରତୀକ ସିଂହ ଗତକାଲି ସଂନ୍ଧ୍ୟାରେ ଶ୍ରୀମନ୍ଦିର ଭିତର ସୁରକ୍ଷା
ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୭୯ ପ୍ଲାଟୁନ
ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ
ମୁତୟନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ପୋଲି କ୍ଷରୁ ସ୍ୱତନ୍ତ୍ର
ବ୍ୟବସ୍ଥା କରାଯାଇଛି । ପୋଲିସର ବରିଷ୍ଠ ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି
।






